ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍ଶୀଘ୍ର ନୂତନ ୨୦ ଟଙ୍କିଆ ନୋଟ୍ ଜାରି କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କହିଛି ଯେ ବ୍ୟାଙ୍କ ଖୁବ୍ଶୀଘ୍ର ମହାତ୍ମା ଗାନ୍ଧୀ (ନୂତନ) ସିରିଜ୍ରେ ୨୦ ଟଙ୍କାର ନୋଟ୍ ଜାରି କରିବ।ଯେଉଁଥିରେ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ସ୍ୱାକ୍ଷର ରହିବ । ଏହି ନୋଟଗୁଡ଼ିକର ଡିଜାଇନ୍ ସମସ୍ତ ଦୃଷ୍ଟିରୁ ମହାତ୍ମା ଗାନ୍ଧୀ (ନୂତନ) ସିରିଜର ୨୦ ଟଙ୍କା ନୋଟ୍ ସହିତ ସମାନ। ପୂର୍ବରୁ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ୨୦ ଟଙ୍କାର ନୋଟ୍ ବୈଧ ଭେବେ ପ୍ରଚଳିତ ରହିବ।
ଆରବିଆଇ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, 'ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍ଶୀଘ୍ର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ସ୍ୱାକ୍ଷର ବିଶିଷ୍ଟ ମହାତ୍ମା ଗାନ୍ଧୀ ସିରିଜ୍ରେ ୨୦ ଟଙ୍କାର ନୋଟ୍ ଜାରି କରିବ।' ଏହି ନୋଟଗୁଡ଼ିକର ଡିଜାଇନ୍ ମହାତ୍ମା ଗାନ୍ଧୀ ସିରିଜର ୨୦ ଟଙ୍କା ନୋଟ୍ ସହିତ ସମାନ। ଏହାର ଅର୍ଥ ହେଉଛି ନୂତନ ନୋଟଗୁଡ଼ିକ ପୁରୁଣା ନୋଟ୍ ପରି ଦେଖାଯିବ ଏବଂ ପୁରୁଣା ନୋଟ୍ , ପୂର୍ବଭଳି ପ୍ରଚଳନ ରହିବ।
ଆରବିଆଇ ସ୍ପଷ୍ଟ ଭାବରେ କହିଛି ଯେ ପୂର୍ବରୁ ଜାରି ହୋଇଥିବା ସମସ୍ତ ୨୦ ଟଙ୍କାର ନୋଟ୍ ଯେପରି ଥିଲା ସେହିପରି କାରବାର ପାଇଁ ବୈଧ ରହିବ । ନୂତନ ଗଭର୍ଣ୍ଣରଙ୍କ ସ୍ୱାକ୍ଷର ଥିବା ନୂତନ ନୋଟ୍ ଜାରି କରିବା ଏକ ସାଧାରଣ ପ୍ରକ୍ରିୟା ଯାହା ଆରବିଆଇର ଶୀର୍ଷ ନେତୃତ୍ୱର ପରିବର୍ତ୍ତନ ପରେ ଏଥିରେ ପିରବର୍ତ୍ତନ ହୋଇଥାଏ। ନୂତନ ନୋଟ୍ ଜାରି ହେବା ପରେ ପୁରୁଣା ନୋଟର ଉପଯୋଗିତା କିମ୍ବା ମୂଲ୍ୟ ଉପରେ କୌଣସି ପ୍ରଭାବ ପକାଇ ନଥାଏ।
ଆପଣଙ୍କୁ କହିରଖୁଛୁ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଆରବିଆଇ ସମୟ ସମୟରେ ନୋଟ୍ ପରିବର୍ତ୍ତନ କରିଥାଏ। ସୁରକ୍ଷା କାରଣରୁ ଏବଂ ନୋଟଗୁଡ଼ିକୁ ଉନ୍ନତ କରିବା ପାଇଁ ଏହି ପରିବର୍ତ୍ତନଗୁଡ଼ିକ କରାଯାଇଥାଏ। କିନ୍ତୁ, ପୁରୁଣା ନୋଟଗୁଡ଼ିକ ସର୍ବଦା ବୈଧ। ତେଣୁ, ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କ ପାଖରେ ଥିବା ୨୦ ଟଙ୍କାର ନୋଟ୍ ଆପଣ ଯେଉଁ ପରି ଆଗରୁ କାରବାର କରୁଥିଲେ ଆଗକୁ ସେହିପରି ବ୍ୟବହୃତ କରିପାରବେ।