ଭୁବନେଶ୍ୱର: ମାଘ ମାସରେ ଶୀତ ଗାୟବ । ଖରାର ଚାଲିବ ରାଜୁତି । ମାଘ ମାସରେ ବାଘ ଭଳି ଶୀତ ହେବା କଥା କିନ୍ତୁ ବର୍ତ୍ତମାନ ରାଜ୍ୟରେ ପ୍ରବଳ ଖରା ପାଇଁ ସୂଚନା ଦିଆଯାଇଛି । ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଲାଗିରହିଥିଲା ଫଳରେ ଶୀତ କମ ଅନୁଭୂତ ହେଉଥିଲା । କିନ୍ତୁ ବର୍ତ୍ତମାନର ପାଣିପାଗ ସୂଚନା ଅନୁସାରେ, ସପ୍ତାହ ଯାଏଁ ଗରମର ଅନୁଭୂତି ସହ ଖରାରୁ ରାଜ୍ୟବାସୀଙ୍କୁ ତ୍ରାହି ମିଳିବ ନାହିଁ । ରାଜ୍ୟରେ ବଢ଼ିବ ଖରା । ଆସନ୍ତାକାଲିଠାରୁ ରାଜ୍ୟରେ ଦିନ ସହ ରାତି ତାପମାତ୍ରା ସ୍ବାଭାବିକ ଠାରୁ ବୃଦ୍ଧି ପାଇବ ।
ରାଜ୍ୟରେ ଶୀତ ବହୁ ବିଳମ୍ବରେ ଅନୁଭୁତ ହୋଇଥିବାବେଳେ, ବହୁ ଶୀଘ୍ର ବିଦାୟ ନେଇଛି । ଆସନ୍ତାକାଲିଠାରୁ ରାଜ୍ୟରେ ଶୀତ କମ ଗରମ ବେଶୀ ଅନୁଭୂତ ହେବ । ରାଜ୍ୟରୁ ଶୀତ ପ୍ରତ୍ୟାବର୍ତ୍ତନ କରିଛି । ଗୋଟେପଟେ ସକାଳେ ଘନକୁହୁଡ଼ି ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନରେ ଟାଇଁ ଟାଇଁ ଖରା ରାଜ୍ୟବାସୀଙ୍କୁ ହନ୍ତସନ୍ତ କରିବ ।
ଆସନ୍ତା ୨୪ ଘଣ୍ଟା ପାଇଁ ଘନ କୁହୁଡ଼ିକୁ ନେଇ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତାପମାତ୍ରା ବୃଦ୍ଧି ସହ ଘନ କୁହୁଡ଼ି ଲୋକଙ୍କୁ ହନ୍ତସନ୍ତ କରିବ । ଟାଇଁ ଟାଇଁ ଖରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବ । ଘନ କୁହୁଡ଼ି ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ।
ଅଧିକ ପଢ଼ନ୍ତୁ : ରାଜ୍ୟରେ ଘନ କୁହୁଡ଼ି ପାଇଁ ସତର୍କ ସୂଚନା ଜାରି