ଭୁବନେଶ୍ୱର: ଟ୍ୱିନ୍ ସିଟି ସହ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ଘନ କୁହୁଡ଼ି ପାଇଁ ଜୀବନ ଯାତ୍ରା ପ୍ରଭାବିତ ମଧ୍ୟ ହେଉଛି । ଦୃଶ୍ୟମାନ ଦୂରତା ମଧ୍ୟ ହ୍ରସ ପାଇଛି । ଲୋକମାନେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ରାଜଧାନୀର ରାଜରାସ୍ତାରେ ଲୋକମାନେ ଗାଡ଼ିରେ ଯିବା ସମୟରେ ଗାଡ଼ି ଲାଇଟ ଲଗାଇ ଯାତାୟତ କରୁଛନ୍ତି । ଦୃଶ୍ୟମାନ ଦୂରତା ପ୍ରାୟ ୫୦ରୁ ୩୦ ମିଟର ତଳକୁ ଖସି ଆସିଛି । ଯାହା ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଘନ କୁହୁଡ଼ି ପାଇଁ ୧୧ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଥିଲା ପାଣିପାଗ ବିଭାଗ । ଘନ କୁହୁଡ଼ି ପାଇଁ ରାଜ୍ୟରେ ଶୀତର ପ୍ରକୋପ କମିବାରେ ଲାଗିଛି । ଘନ କୁହୁଡି ପାଇଁ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଗାଡ଼ି ସତର୍କ ଭାବରେ ଚଳାଇବା ପାଇଁ ମଧ୍ୟ ସୂଚନା ଦିଆଯାଇଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସହିତ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ହେବାର ଆଶଙ୍କା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
କୁହୁଡି ପାଇଁ ରାସ୍ତାଘାଟ ଦିଶୁନାହିଁ । ଏଥିପାଇଁ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହେଉଛି। ଆସନ୍ତା ୪ରୁ ୫ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ। ଅନେକ ଜିଲ୍ଲାରେ ୫୦ ମିଟରରୁ କମ୍ ରହିବ ଭିଜିବିଲିଟି । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବ ବୋଲି ମଧ୍ୟ ସୂଚନା ମିଳିଛି ।