ସମ୍ବଲପୁର: ସମ୍ବଲପୁର ସମର୍ଥ ଅନୁଷ୍ଠାନର ଖୋଲୁଛି ଗୁମର ପେଡ଼ି । ସମ୍ପାଦକଙ୍କ ନାଁରେ ଆସିଲା ଦୁଷ୍କର୍ମ ଅଭିଯୋଗ । ଅନ୍ତେବାସୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଧନୁପାଲି ଥାନାରେ ମାମଲା ରୁଜୁ ହୋଇଛି । ଅନୁଷ୍ଠାନର ଜଣେ ଅନ୍ତେବାସୀ ସମ୍ପାଦକ ହରିଶ ଚନ୍ଦ୍ର ଦାସଙ୍କ ନାଁରେ ଏଭଳି ସାଙ୍ଘାତିକ୍ ଅଭିଯୋଗ ଆଣିଛନ୍ତି । ନିର୍ଯ୍ୟାତନା ମାମଲାରେ ସମ୍ପାଦକଙ୍କୁ ଗିରଫ କରାଯିବା ପରେ ସମ୍ପୃକ୍ତ ଯୁବତୀ ଜଣକ ମୁହଁ ଖୋଲିଛନ୍ତି । ଅଭିଯୋଗ ପରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ମେଡ଼ିକାଲକୁ ପଠାଯାଇଥିବା ବେଳେ ଏସଡ଼ିପିଓ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଆରମ୍ଭ କରିଛି । ସେପେଟ ବର୍ଷକ ଭିତେର ୬ଜଣ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ମଧ୍ୟ ଖୋଳତାଡ ଆରମ୍ଭ କରିଛି ପୋଲିସ । ଏହା ସାଧାରଣ ମୃତ୍ୟୁ ନା ନିର୍ୟାତନା ପାଇଁ ମୃତ୍ୟୁ ହୋଇଛି ତାର ତଦନ୍ତ କରୁଛି ସାଇଣ୍ଟିଫିକ ଟିମ୍।
ଅଧିକ ପଢନ୍ତୁ: ସମ୍ବଲପୁର ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣାରେ ଗିରଫ ହେଲା ଅଭିଯୁକ୍ତ; ନିର୍ମମ ଭାବେ ଦିଆଯାଉଥିଲା ନିର୍ଯାତନା, ଭିଡ଼ିଓ ଭାଇରାଲ ପରେ ସମ୍ପାଦକ ଓ ସହାୟିକା ଗିରଫ
ପୂର୍ବରୁ ଅନ୍ତେବାସୀଙ୍କୁ ମାଡ଼ର ଭିଡ଼ିଓ ଭାଇରାଲ ହୋଇଥିଲା । ଅମାନବିକତାର ସବୁ ସୀମା ଟପିଯାଇଥିଲେ ସମ୍ବଲପୁର ସମର୍ଥ କେନ୍ଦ୍ରର ଅଧ୍ୟକ୍ଷ ଓ କେୟାରଟେକର । ମାନସିକ ଅନଗ୍ରସର ଦିବ୍ୟାଙ୍ଗ ଥଇଥାନ କେନ୍ଦ୍ର ସମର୍ଥରେ ଅନ୍ତେବାସୀଙ୍କୁ ନିର୍ୟାତନା ଘଟଣା ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଉଭୟ ସମ୍ପାଦକ ଓ ତାଙ୍କ ସ୍ତ୍ରୀ ନିସ୍ତୁକ ମାଡ ମାରିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି। ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ସମର୍ଥ ଅନୁଷ୍ଠାନକୁ କଳା ତାଲିକାଭୁକ୍ତ କରାଯାଇ ସମ୍ପାଦକ ହରିଶ ଚନ୍ଦ୍ର ଦାସ ଏବଂ ସହାୟିକା ସ୍ୱାଗତିକା ପ୍ରଧାନଙ୍କୁ ପୋଲିସ ଗିରଫ କରିଥିଲା ।