ଠାକୁରମୁଣ୍ଡା : ବୁଧବାର ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାଲେଇବେଡା ଗ୍ରାମପଞ୍ଚାୟତ ଏଦେଲାବେଡା ଗ୍ରାମ ଅନ୍ତର୍ଗତ ବୁରୁ ସାହି ଜଙ୍ଗଲ ଭିତରେ ପ୍ରାୟ ଏକ ଏକର ସ୍ଥାନରେ ହୋଇଥିବା ଅଫିମ ଚାଷକୁ ପ୍ରଶାସନ ପହଞ୍ଚି ନଷ୍ଟ କରିଛନ୍ତି।
ବିଶେଷ ସୂତ୍ରରୁ ଖବର ପାଇ ଠାକୁରମୁଣ୍ଡା ତହସିଲଦାର ସମ୍ବିତ କୁମାର କର ଓ ଉପଖଣ୍ଡ ପୁଲିସ ଅଧିକାରୀ ସୁବ୍ରତ କୁମାରଙ୍କ ଉପସ୍ଥିତିରେ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ, ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ସମେତ ପୁଲିସ ଓ ବନବିଭାଗ କର୍ମଚାରୀ ମିଳିତ ଚଢ଼ାଉ କରି ଚାଷ ହୋଇଥିବା ଅଫିମ ଗଛ ସବୁକୁ ନଷ୍ଟ କରିଥିଲେ।