ଭୁବନେଶ୍ୱର: ଚଳିତ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗ ଦେଇଛନ୍ତି ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲ । ଏହି ଅବସରରେ ସେ ପ୍ରତିକ୍ରିୟା ରଖି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆମକୁ ମାର୍ଗ ଦର୍ଶାଇଛନ୍ତି । ନୂଆ ଜିନିଷ କରିବା ଶହ କଳା ସଂସ୍କୃତି ଓ ପର୍ଯ୍ୟଟନ ଉପରେ ଫାକୋସ କରିବା ପାଇଁ କହିଛନ୍ତି । ଓଡ଼ିଶା ଆମ କର୍ମ ଭୂମି । ଓଡ଼ିଶାରେ ୧ ଲକ୍ଷ କୋଟି ବିନିଯୋଗରେ ୪୫ ହଜାର ସିଧାସଳଖ ନିଯୁକ୍ତି ସହ ପରୋକ୍ଷରେ ୨ ଲକ୍ଷ୍ୟ ଲୋକଙ୍କୁ ନିଯୁକ୍ତି ପାଇଁ ଆମେ ପ୍ରୟାସ କରୁଛୁ । ବର୍ତ୍ତମାନ ଅନୁଗୁଳ ଷ୍ଟିଲ ପ୍ଲାଣ୍ଟରେ ୬ ହଜାର ମିଲିୟନ ଟନ ଉତ୍ପାଦନ ହେଉଥିବାବେଳେ ଆଗକୁ ୧୨ ମିଲିୟନ ଟନ ଉତ୍ପାଦନ ପାଇଁ ପ୍ରୟାସ କରୁଛୁ । ଆଗକୁ ଏହା ବିଶ୍ଵରେ ପ୍ରଥମ କରି ଗୋଟିଏ ସ୍ଥାନରେ ୨୫ ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପାଇଁ ଆମର ଯୋଜନା ରହିଛି ବୋଲି କହିଛନ୍ତି ନବୀନ ଜିନ୍ଦଲ । ଓଡ଼ିଶ ସରକାରଙ୍କୁ ରାଜସ୍ଵ ବାବଦକୁ ଏକ ହଜାର କୋଟିର ଟିକସ ଦେଉଛୁ ଏବଂ ଆଗକୁ ଏହା ଆହୁରି ବଢିବ । ଶିକ୍ଷା,ଖେଳ, ଚିକିତ୍ସା ,ଚାଷ, ବୃକ୍ଷ ରୋପଣ ଭଳି ଅନେକ କାର୍ଯ୍ୟରେ ଆମର ଓଡ଼ିଶା ପ୍ରତି ସହଯୋଗ ରହିବ । ସେହିପରି କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵପ୍ନ ପାଇଁ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଚେଷ୍ଟା ଜାରି ରଖିଛି ବୋଲି କହିଛନ୍ତି ନବୀନ ଜିନ୍ଦଲ ।