ଭୁବନେଶ୍ୱର: ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ପୁଣି ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ପଠାଇବାକୁ ପ୍ରସ୍ତୁତି କରାଯାଉଛି । ତେବେ ଶ୍ରୀ ହରିଚନ୍ଦନଙ୍କ ଅସୁସ୍ଥତା ନେଇ ତାଙ୍କ ପୁଅ ତଥା ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ଓଡ଼ିଶାର ବରିଷ୍ଠ ରାଜନେତା ତଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ବାର୍ଦ୍ଧକ୍ଯ ଜନିତ ଅସୁସ୍ଥତା କାରଣରୁ ବିଶ୍ବଭୂଷଣଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଛି । ତେଣୁ ତାଙ୍କୁ ପରିବାର ପକ୍ଷରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅଧିକ ଅସୁସ୍ଥତା କାରଣରୁ ଚିକିତ୍ସା ପାଇଁ ବିଶ୍ବଭୂଷଣଙ୍କୁ ହାଇଦ୍ରାବାଦ ପଠାଇବାକୁ ପ୍ରସ୍ତୁତ କରାଯାଉଛି ।