ନୟାଗଡ଼: ଚଳିତ ବର୍ଷ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ମହାବୀର କ୍ଷେତ୍ରୁ ପ୍ରଥମ ପର୍ଯ୍ୟାୟ କାଠ ଶ୍ରୀକ୍ଷେତ୍ରକୁ ପଠାଯାଇଛି । ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ରଥକାଠକୁ ମଙ୍ଗଳବାର ପଠାଯାଇଛି । ତିନି ଠାକୁରଙ୍କ ତିନି ରଥ ନିର୍ମାଣରେ ଅସନ, ଧଉରା, ଫାଶୀ, ଶିମିଳି ଆଦି ବିଭିନ୍ନ ପ୍ରଜାତିର କାଠର ଆବଶ୍ୟକତା ରହିଛି । ରଥ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ପୂର୍ବ ବର୍ଷର ବଳକା ୫୧ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖେ ରହିଛି । ତେଣୁ ଚଳିତବର୍ଷ ଅବଶିଷ୍ଟ ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି । ଶ୍ରୀପଞ୍ଚମୀ ତଥା ସରସ୍ୱତୀ ପୂଜା ଦିନ ରଥକାଠର ଅନୁକୂଳ ହେବ ।