କେନ୍ଦ୍ରାପଡା : ଯୁବକଙ୍କୁ ଚାକିରି ଦେବାର ନାଁରେ ୨୭ ଲକ୍ଷ ଲୁଟିଥିଲା ଠକ । ବିଦେଶରେ ନିଯୁକ୍ତି ଦେବା ନାଁରେ କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାର ୨୫ଜଣ ଯୁବକଙ୍କ ଠାରୁ ୨୭ ଲକ୍ଷ ଟଙ୍କା ଠକେଇ ଘଟଣାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।
ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବେଲସରପୁର ଗାଁର ଅମୂଲ୍ୟ ମଳିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆଳି ପୋଲିସ । ଦୁଇବର୍ଷ ତଳେ ଅଭିଯୁକ୍ତ ଅମୂଲ୍ୟ ଆଳି, ପଟାମୁଣ୍ଡାଇ ଓ ଚାନ୍ଦବାଲି ଅଞ୍ଚଳର ୨୫ରୁ ଉର୍ଦ୍ଧ୍ବ ଯୁବକଙ୍କୁ କୁଏତରେ ଚାକିରୀ କରାଇଦେବ କହି ସେମାନଙ୍କ ଠାରୁ ୨୭ ଲକ୍ଷ ଟଙ୍କା ଓ ସମସ୍ତ କାଗଜପତ୍ର ନେଇଯାଇଥିଲେ l ଏନେଇ ଅମୂଲ୍ୟଙ୍କ ନାଁରେ ଠକେଇର ଶିକାର ହୋଇଥିବା ଯୁବକମାନେ ଆଳି ଥାନାରେ ଏତଲା ଦେଇଥିଲେ । କିନ୍ତୁ ଅମୂଲ୍ୟ ସେବେଠୁ ଫେରାର ଥିଲା । ବହୁ ଖୋଜାଖୋଜି ପରେ ଦୁଇବର୍ଷ ପରେ ଏବେ ଅମୂଲ୍ୟ ପୋଲିସ ହାତରେ ଧରା ପଡ଼ିଛି । ଗିରଫ ପରେ ଅମୂଲ୍ୟ ମଲିକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l
ସୂଚନା ଥାଉକି ଯୁବପିଢ଼ି ଏବେ ଚାକିରୀ ଆଶାରେ ରହୁଛନ୍ତି । ଆଉ ଏଭଳି କିଛି ଠକ ଚାକିରୀ ଆଶାୟୀ ଯୁବକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି ।