ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ତହସିଲ କାର୍ଯ୍ୟାଳୟରେ ଜମି କିଣାବିକା କରିହେବ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୪୪ଟି ତହସିଲରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ।
ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୪୪ଟି ତହସିଲ ଅଫିସରେ ଏହି ସୁବିଧା ଉପଲବ୍ଧ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ଡିସେମ୍ବରରେ ବାକି ୨୭୩ ତହସିଲ୍ରେ ଜମି କିଣାବିକା ପାଇଁ ଉପନିବନ୍ଧ କାର୍ଯ୍ୟାଳୟ ଖୋଲିବ । ଅନଲାଇନରେ ସ୍ଲଟ୍ ବୁକ୍ କରିବା ପରେ ତହସିଲ ଅଫିସରେ ପଞ୍ଜୀକରଣ କରିହେବ । ଏହା ଦ୍ୱାରା ପ୍ରଶାସନରେ ସ୍ୱଚ୍ଛତା, ଉନ୍ନତମାନର ସେବା, ରାଜସ୍ୱ ଆଦାୟରେ ଉନ୍ନତି ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ ବୋଲି ସରକାର ଆଶା ରଖିଛନ୍ତି ।
ଉଦଘାଟନ ଅବସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ ।