ଅରୁଣାଚଳ ପ୍ରଦେଶର ପୂର୍ବ ସିଆଙ୍ଗର ଏକ ଇଂରାଜୀ ମିଡିୟମ ସ୍କୁଲରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ୨୨ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଛି। ଏହି ମାମଲାରେ ସ୍କୁଲର ପ୍ରିନ୍ସିପାଲ ଏବଂ ଓ୍ବାଡେନଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି। ସ୍କୁଲକୁ ମଧ୍ୟ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି।
ମାମଲାର ତଦନ୍ତ ସ୍ୱତନ୍ତ୍ର ତଦନ୍ତ ଦଳ (SIT)କୁ ହସ୍ତାନ୍ତର କରାଯାଇଛି। ଯୌନ ନିର୍ଯାତନାର ତଦନ୍ତ ପାଇଁ, SIT ଦଳ ବିଦ୍ୟାଳୟକୁ ଯାଇ କ୍ୟାମ୍ପସ ପରିଦର୍ଶନ କରିଥିଲା। ତଦନ୍ତ ସମୟରେ, ଏହି ଟିମ ଅନେକ ଡକ୍ୟୁମେଣ୍ଟ ଉଦ୍ଧାର କରିବା ସହ ଡିଜିଟାଲ୍ ପ୍ରମାଣ ସଂଗ୍ରହ କରିଥିଲା। ତଦନ୍ତ ଦଳ ସହିତ ଥିବା ଫୋରେନସିକ୍ ଦଳ ମଧ୍ୟ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛି। ଏଥିରୁ ଜଣାପଡୁଛି ଯେ ପୀଡିତ ଛାତ୍ରଙ୍କ ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇପାରେ।
ଏହି ଯୌନ ନିର୍ଯାତନା ମାମଲାଟି ପ୍ରଥମେ ଜଣେ ଅଭିଭାବକ ଅକ୍ଟୋବର ୨୯ ତାରିଖରେ ମେବୋ ପୋଲିସ ଷ୍ଟେସନରେ ରିପୋର୍ଟ କରାଯାଇଥିଲାI ଅଭିଭାବକଙ୍କ ଅଭିଯୋଗ ପୋଲିସକୁ ଆଶ୍ଚର୍ଯ୍ୟ କରିଦେଇଥିଲା। ସେମାନେ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ ଏବଂ ଅଭିଯୁକ୍ତ ୱାର୍ଡେନ, ହେନ୍ ଜନସନ୍-ୱାଫେଙ୍କୁ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନ ଅନୁଯାୟୀ ଗିରଫ କରିଥିଲେ।
ତଦନ୍ତ ଆଗକୁ ବଢ଼ିବା ସହିତ ଆଶ୍ଚର୍ଯ୍ୟଜନକ ତଥ୍ୟ ସବୁ ସାମ୍ନାକୁ ଆସିଥିଲା। ପରବର୍ତ୍ତୀ ସମୟରେ, ଅନ୍ୟ ଛାତ୍ରୀଙ୍କ ଅଭିଭାବକମାନେ ଆଗକୁ ଆସି ଏନେଇ ଅଭିଯୋଗ ଦାଖଲ କରିଥିଲେ। ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ସାଙ୍ଗୋ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରଧାନଶିକ୍ଷକ ହୋଇନୁ ଭାଇଫେ ଏବଂ ଓ୍ବାଡେନ ନିଆଙ୍ଗଡୋଇଟିଂ ଭାଇଫେ ମାମଲାକୁ ଲୁଚାଇବା ଏବଂ ରିପୋର୍ଟ ଦାଖଲ କରିବାରେ ବିଫଳ ହୋଇଥିଲେ। ଅଭିଭାବକଙ୍କ ଅଭିଯୋଗ ପରେ, ସେମାନଙ୍କୁ (POCSO) ଆଇନ ଅନୁଯାୟୀ ଗିରଫ କରିଥିଲା। ପୀଡିତାଙ୍କ ପାଇଁ ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଥିଲା। ଏପର୍ଯ୍ୟନ୍ତ ୨୨ ଜଣ ଛାତ୍ରଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ଆଗକୁ ପୀଡିତାଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।
ଅଧିକ ପଢନ୍ତୁ: ବସ୍ ଭିତରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲା; ଦୁଇ ଯବାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ