ଫୁଲବାଣୀ : କନ୍ଧମାଳ ଏବଂ ଗଞ୍ଜାମ ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତାରେ ପୁଣି ଗଡ଼ିଛି ଗାଡ଼ି। ଦୀର୍ଘ ୪୭ ଦିନ ପରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି। ପ୍ରାୟ ଦେଢ଼ ମାସ ତଳେ ବର୍ଷା ଯୋଗୁଁ ଦୁଇ ଦୁଇ ଥର ଭୁସ୍ଖଳନ ହୋଇ ଏହି ଘାଟି ରାସ୍ତା ବଡ଼ ଆକାରରେ କ୍ଷତିଗ୍ରସ୍ତ ହୋଇଥିଲା। ଯାହା ପରଠାରୁ ଏହାର ମରାମତି କାମ ଜାରି ରହିଥିଲା। ଆଉ ଏବେ ନିର୍ମାଣକାମ ସରିଆସିଥିବାବେଳେ ଶୁକ୍ରବାର ଠାରୁ ଗାଡ଼ି ଯାତାୟତ କରିଛନ୍ତି।
ତେବେ ଏପର୍ଯ୍ୟନ୍ତ ଏହି ରାସ୍ତାରେ ଭାରି ଯାନବାହନ ଯାତାୟତ ନିମନ୍ତେ ଜିଲ୍ଲା ପ୍ରଶାସନ କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆନୁଷ୍ଠାନିକ ଭାବରେ କୌଣସି ଆଦେଶ ଜାରି କରାଯାଇନାହିଁ। କିନ୍ତୁ ସାମାନ୍ଯ ଯାନବାହନ ଚଳାଚଳ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଖୁସି ଦେଖାଯାଇଛି। ବିଶେଷ ଭାବରେ ଏହି ରାସ୍ତାକଡ଼ରେ ବ୍ୟବସାୟ କରି ପରିବାର ଚଳାଉଥିବା ଲୋକେ ଆଶ୍ବାସନା ଅଛନ୍ତି।