କେନ୍ଦୁଝର:ଅମାନୁଷିକତାର ସୀମା ଟପିଲେ ବସ୍ କର୍ମଚାରୀ । ପ୍ରଥମେ ଗାଡ଼ି ଚଢ଼ାଇ ଜୀବନ ନେଲେ, ପରେ ଗାଡ଼ି ପଛରେ ମୃତ କୁକୁରକୁ ବାନ୍ଧି ଘୋସାଡିଲେ । ଏଭଳି ବର୍ବର ଏବଂ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଦକଳା ଗାଁରେ। ଆଜି କାଦକଳାରୁ କେନ୍ଦୁଝର ଯାଉଥିବା ଏକ ଘରୋଇ ବସ୍ ଚକା ତଳେ ଏକ କୁକୁର ମଡ଼ାଇ ଦେଇଥିଲା । ଯାହା ଫଳରେ ବସ୍ ଚକା ତଳେ କୁକୁରଟିର ଜୀବନ ଚାଲିଯାଇଥିଲା । ଏହା ପରେ କୁକୁରକୁ ଅନ୍ୟ ଯାଗାରେ ପୋତିବା ପରିବର୍ତ୍ତେ ମୃତ କୁକୁରକୁ ବସ୍ ପଛ ପଟେ ଘୋଷାଡି ଥିବା ଦେଖିବାକୁ ମିଳିଥିଲା । ଯାହାର ଦୃଶ୍ୟ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏଭଳି ଦୃଶ୍ୟକୁ ଦେଖି ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ଅସନ୍ତୋଷ ଦେଖାଦେଇଛି ।