ନୂଆପଡ଼ା: ନୂଆପଡା ଉପ-ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନୂଆପଡାରେ ନିର୍ବାଚନ ପାଇଁ ୧୪ କମ୍ପାନୀ ସିଏପିଏଫ୍ ନିୟୋଜିତ କରାଯାଇଛି । ଏହା ସହିତ ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ, ଅତିରିକ୍ତି ଡିଜିପି ରାଜେଶ କୁମାର ନୂଆପଡ଼ା ଦାୟିତ୍ୱରେ ନିଯୁକ୍ତ କରାଯାଇଛି । ଏ ନେଇ ଆଇନ ଏବଂ ଶୃଙ୍ଖଳା ବିଭାଗj ଅତିରିକ୍ତ ଡିଜିପି ସୂଚନା ଦେଇଛନ୍ତି ।
ନୂଆପଡ଼ାରେ ୧୪ ଏଫ୍ଏସଟି ଏବଂ ୧୪ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ୨୪ ଘଣ୍ଟିଆ ଡ୍ୟୁଟିରେ ଅଛନ୍ତି । ସିସିଟିଭି ସହିତ ପୁରା ଜିଲ୍ଲାରେ ନିରୀକ୍ଷଣ କରାଯାଉଛି । ସେହିପରି ମାଓ ପ୍ରବଳ ଅଞ୍ଚଳରେ ବିଶେଷ ଧ୍ୟାନ ଦିଆଯାଇଛି । ଛତିଶଗଡ଼, କଳାହାଣ୍ଡି, ବଲାଙ୍ଗିର ଏବଂ ବରଗଡ଼ରେ ସୀମା ଯାଞ୍ଚ ପାଇଁ ଚେକ୍ ପୋଷ୍ଟ ନିର୍ମାଣ କରାଯାଇଛି। ସୁନାବେଡା ଜଙ୍ଗଲରେ ନକ୍ସଲ ସମସ୍ୟାର ମୁକାବିଲା ପାଇଁ ସ୍ୱତନ୍ତ୍ର ଯୋଜନା। କୋରାପୁଟ ରେଞ୍ଜ ଡିଆଇଜି ଛୁଟିରେ ଥିବାରୁ ଆଜି ହିମାଂଶୁ ଲାଲଙ୍କୁ ରେଞ୍ଜ ଦାୟିତ୍ୱ ଦିଆଯାଇଛି।
ସେହିପରି ମାଓ ପ୍ରବଣ ଅଞ୍ଚଳରେ ପୋଲିଂ ପାର୍ଟିକୁ ନେବା ଆଣିବା କରିବା ପାଇଁ ହେଲିକପ୍ଟର ବ୍ୟବହାର କରାଯିବ।
ନକ୍ସଲ କ୍ଷେତ୍ର ବୁଟ୍ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବୁଥ୍ ସିଏପିଏଫ୍ ଏବଂ ସଶସ୍ତ୍ର ପୋଲିସ ଦ୍ୱାରା ଜଗି ରହିବେ । ଡିଜିପି, ଏଡିଜି, ଆଇନ ଓ ଶୃଙ୍ଖଳା ଏଡିଜି ପୂର୍ବରୁ ନୂଆପଡା ଗସ୍ତ କରି ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।