ବରଗଡ଼: ଜିଲ୍ଲାର ଭିନ୍ନ ଭିନ୍ନ ଦୁଇଟି ସ୍ଥାନରୁ ୪ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଗୋଟିଏ ପଟେ ବୃଦ୍ଧ ଦମ୍ପତ୍ତିଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ଆଉ ଗୋଟିଏ ସ୍ଥାନରେ ଦୁଇ ଜଣ ଯୁବକ ଯୁବତୀଙ୍କୁ ମଧ୍ୟ ସମାନ ସ୍ଥିତିରେ ଦେଖିବାକୁ ମିଳିଛି । ବରଗଡ଼ ସଦର ଥାନା ଏବଂ ଅତାବିରା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ସଦର ଥାନା ସରସରା ପଞ୍ଚାୟତ ଗଞ୍ଜିହାଟିକରା ଗ୍ରାମରେ ସକାଳୁ ସକାଳୁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ଘରୁ ବୃଦ୍ଧି ଦମ୍ପତ୍ତିଙ୍କ ଝୁଲନ୍ତା ମୃତ ଦେହ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ଅତାବିରା ଥାନା କୁମେଲସିଙ୍ଘା ଗାଁରୁ ମଧ୍ୟ ସମାନ ଖବର ଆସିଛି । ଏକ ଗଛରୁ ଉଦ୍ଧାର ଯୁବକ ଯୁବତୀଙ୍କ ମୃତ ମଳିଛି । ଉଭୟ ପ୍ରେମୀ ଯୁଗଳ ହୋଇଥିବା ଅନୁମାନ କରାଯାଉଛି । ଅତାବିରା ପୋଲିସ ପହଁଞ୍ଚି ସେମାନଙ୍କ ମୃତ ଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ଉଭୟଙ୍କ ପରିଚୟ ମିଳିପାରିନାହିଁ ।