ଗଞ୍ଜାମ:  ଗୋପାଳପୁରରେ ବସ୍ ଭିତରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୁଇ ଯବାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ। ଚଳିତ ବର୍ଷ ଜାନୁଆରୀ ମାସ ୩ ତାରିଖରେ ଗୋପାଳପୁର ଆର୍ମି ଏଡି କଲେଜର ବସ ଭିତରେ ଜଣେ ଆର୍ମି ମେଜର ୪ ବର୍ଷର ଝିଅକୁ ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ଜଣକ ନିଜ ପରିବାରକୁ ଜଣାଇବା ପରେ ପରିବାର ଲୋକେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୋଗର ୧୦ ମାସ ମଧ୍ୟରେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ରାୟ ଶୁଣାଇଛନ୍ତି।
ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଆର୍ମି ଏଡି କଲେଜର ଦୁଇ ଜଣ ସେନା କର୍ମଚାରୀଙ୍କୁ ଗିରଫ କରିଥିଲା। ଗିରଫ ଦୁଇ ଅଭିଯୁକ୍ତ ହେଲେ ଭି.ଜୟଶ କୁମାର ଓ ହସେଲଦାର ମୁଣ୍ଡା। ଗିରଫ ପରେ ଗୋପାଳପୁର ଥାନା ପୋଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା। ମାମଲାକୁ ନେଇ ବ୍ରହ୍ମପୁର ପୋକ୍ସୋ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। ୯ ଜଣ ସାକ୍ଷୀଙ୍କ ବୟାନ ଅନୁଯାୟୀ ଆଜି ଏହି ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ରାୟ ଶୁଣାଇଛନ୍ତି। ଏହାସହ ପୀଡ଼ିତା ନାବାଳିକାଙ୍କ ପରିବାରକୁ ୧୦ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 
ଅଧିକ ପଢନ୍ତୁ: ରାଜା ଚକ୍ରଙ୍କୁ ହାଇକୋର୍ଟରୁ ଲାଗିଲା ଝଟକା, ଜାମିନ ଆବେଦନ ଖାରଜ