ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ ହୋଇପଡିଛନ୍ତି। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଧର୍ମେନ୍ଦ୍ରଙ୍କୁ ଏବେ ୮୯ ବର୍ଷ। ତଥାପି ସେ ଏକଦମ୍ ‘ଫିଟ୍’। ଅନେକ ସମୟରେ ଟେଲିଭିଜନ୍ ଶୋ’ ଓ ଫିଲ୍ମରେ ନଜର ଆସିଛନ୍ତି ଧର୍ମେନ୍ଦ୍ର। ଅନେକ ସମୟରେ ସେ ରୁଟିନ୍ ଚେକଅପ୍ ପାଇଁ ଯାଇଥିବା ବେଳେ ଏଥର ସ୍ବାସ୍ଥ୍ୟ କିଛିଟା ଅଧିକ ଖରାପ ହୋଇଥିବା ସୂଚନା ମିଳିଛି। ହେଲେ ଏନେଇ ଦେଓଲ ପରିବାର ପକ୍ଷରୁ କୌଣସି ସୂଚନା ଜାରି କରାଯାଇନି।
୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ରେ ଏବଂ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଧର୍ମେନ୍ଦ୍ର ଦେଓଲ ୯୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି। କିନ୍ତୁ ଏହା ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। ଆସନ୍ତା ଡିସେମ୍ବର ୮ ରେ ସେ ୯୦ ବର୍ଷ ବୟସରେ ପହଞ୍ଚିବେ। ଧର୍ମେନ୍ଦ୍ରଙ୍କ ପ୍ରଶଂସକମାନେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।
ସେପଟେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଅଭିନେତାଙ୍କ ଟିମ୍ ସୂଚନା ଦେଇଛି । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିବା ପରେ, ତାଙ୍କର ଫ୍ୟାନ୍ସ ଆଶ୍ବସ୍ତ ହୋଇଛନ୍ତି।
ଅଧିକ ପଢନ୍ତୁ: ଅମିତାଭ ବଚ୍ଚନଙ୍କ ପାଦ ଛୁଇଁଲେ ଦିଲଜୀତ, ମିଳିଲା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକ