ଢେଙ୍କାନାଳ : ହୃଦଘାତରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏସଡିପିଓ ଜ୍ଞାନରଞ୍ଜନ ମିଶ୍ରଙ୍କର ପରଲୋକ ହୋଇଛି । ପରିବାର ସହିତ ଜାମ୍ମୁ କାଶ୍ମୀରର ବୈଷ୍ଣବଦେବୀ ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ପରିବାର ଲୋକଙ୍କ ସହିତ ମନ୍ଦିର ସିଡ଼ି ଚଢ଼ୁଥିବା ବେଳେ ହୃଦଘାତ ହୋଇଥିବା ସୂଚନା ରହିଛି । ସେ ପୂର୍ବରୁ ଭିଜିଲାନ୍ସ ବିଭାଗରେ ଚାକିରୀ କରୁଥିଲେ। ପଦନ୍ନୋତି ପରେ ସେ ଗତ କିଛି ମାସ ହେବ କାମାକ୍ଷାନଗରର ଏସଡ଼ିପିଓ ଭାବେ ଦାୟିତ୍ୱ ନିର୍ବାହ କରି ଆସୁଥିଲେ।ଏସଡିପିଓ ଶ୍ରୀ ମିଶ୍ରଙ୍କ ମୃତ୍ୟୁରେ ଢେଙ୍କାନାଳ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।