ଭୁବନେଶ୍ୱରରେ ପାଳନ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ । ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ପ୍ରାକ୍ ବୈଦିକ ଯୁଗରୁ ଯୋଗର ଉତ୍ପତ୍ତି ହୋଇଥିଲା ବୋଲି ଅନୁମାନ କରାଯାଏ । ଯୋଗ ଦ୍ୱାରା ମନ ଶାନ୍ତ ରହିବା ସହ ଦେହ ସୁସ୍ଥ ରହିଥାଏ । ଆତ୍ମନିୟନ୍ତ୍ରଣ, ଆତ୍ମ-ଶୃଙ୍ଖଳା ଓ ଆତ୍ମଜ୍ଞାନ ପ୍ରଦାନ କରିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଦୈନନ୍ଦିନ ଯୋଗାଭ୍ୟାସ ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ।
ଆଜି ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଥିଲାବେଳେ ଓଡ଼ିଶାରେ ମଧ୍ୟ ଏହି ଦିବସ ପାଳନ କରାଯାଉଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଭୁବନେଶ୍ୱର ଆଇଜି ପାର୍କରେ ଟେଲିକମ୍ୟୁନିକେସନ ବିଭାଗ ପକ୍ଷରୁ ଏହି ଯୋଗ ଦିବସ ପାଳନ କରାଯାଇଛି । ଯୋଗ କରିବା ସ୍ୱାସ୍ଥ୍ୟ ପାଇଁ ହିତକର । ଏହାକୁ ଗୁରୁତ୍ୱ ଦିଆଯାଇ ଟେଲିକମ୍ୟୁନିକେସନ ବିଭାଗର ଅଧିକାରୀମାନେ ଆଜି ସକାଳୁ ସକାଳୁ ଯୋଗ କରିଛନ୍ତି । କେବଳ ଗୋଟିଏ ଦିନ ନୁହେଁ ପ୍ରତ୍ୟକ ଦିନ ଯୋଗ କରିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି ।
୨୧ ଜୁନ ୨୦୧୫ ମସିହାରେ ଅନ୍ତର୍ଜାତୀୟ ଯୋଗ ଦିବସ ପ୍ରଥମ ଥର ପାଇଁ ସାରା ବିଶ୍ୱରେ ପାଳନ କରାଯାଇଥିଲା । ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେଶନକୁ ପ୍ରଥମ କରି ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଯୋଗ ଦିବସ ପାଇଁ ପ୍ରସ୍ତାବ ରଖିଥିଲେ । ଏହା ପରେ ଜୁନ୍ ୨୧କୁ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଏହି ଦିବସକୁ ପାଳନ କରୁଛନ୍ତି ।