କୋଭିଡ୍ କଟକଣା ଭିତରେ ପାଳିତ ହେବ ସ୍ୱାଧୀନତା ଦିବସ, ପରେଡରେ ଭାଗ ନେବେନି ଛାତ୍ରଛାତ୍ରୀ ଭୁବନେଶ୍ୱର, ଅଗଷ୍ଟ ୯(ଖବର ଓଡିଶା): Share story: ସ୍ୱାଧୀନତା ଦିବସ ପାଳନରେ କଟକଣା ଲଗାଇଲେ ସରକାର । ଫଳରେ ଏଥର କୋଭିଡ କଟକଣା ଭିତରେ ପାଳିତ ହେବ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ପାଇଁ ଯେଉଁ ରାଜ୍ୟ ସ୍ତରୀୟ ପରେଡ୍ ହେବ ସେଥିରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଭାଗ ନେଇପାରିବେ ନାହିଁ । ଅଗଷ୍ଟ ୧୫ ପାଇଁ ରାଜ୍ୟ ସ୍ତରୀୟ ପରେଡ୍ରେ ୩ଟି କଣ୍ଟିଜେଣ୍ଟ ସାମିଲ ହେବେ । ଓଏସଏପି, ଓଡ୍ରାଫ୍ ଓ ବିଏସଏଫ୍ ପରେଡରେ ସାମିଲ ହେବେ । ଏନେଇ ୩ ଦିନ ପ୍ରାକ୍ଟିସ୍ ହେବ । ପ୍ରଦର୍ଶନୀ ପଡିଆରେ ୧୧, ୧୨ ଓ ୧୩ ତାରିଖରେ କଣ୍ଟିଜେଣ୍ଟ ଅଭ୍ୟାସ ହେବ । ସେହିପରି ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବାକୁ ହେଲେ କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତେ ସାମାଜିତ ଦୂରତା ବଜାୟ ରଖିବେ । ଫ୍ଲାଗ ପୋଷ୍ଟ ପାଖରେ ନିୟୋଜିତ ହେବାକୁ ଥିବା ଅଫିସର କୋଭିଡ ନେଗେଟିଭ ହେବା ସହ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖବର ଓଡ଼ିଶା, Reporter, 09/08/2022