ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ଗୁରୁବାର ଭୋର ସକାଳୁ ଆୟକର ବିଭାଗର ଚଢ଼ଉ ହୋଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନବଦାସଙ୍କର ସମ୍ବଲପୁର, ଝାରସୁଗୁଡ଼ା ଓ ନୂଆଦିଲ୍ଲୀ ସମେତ ମୋଟ ୧୯ଟି ସ୍ଥାନରେ ଏହି ଚଢ଼ଉ ହୋଇଛି। ଆୟକର ଫାଙ୍କିବା ଅଭିଯୋଗରେ ବଡ଼ଧରଣର ତନାଘନା ସହ ବିଭିନ୍ନ ସ୍ଥାନରେ ଚଢ଼ାଉରେ ୨୦ଟି ଟିମ୍ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆୟକର ବିଭାଗର ଚଢ଼ଉ ହୋଇଥିଲା। ବର୍ତ୍ତମାନ ସ୍ବର୍ଗତ! ନବ ଦାସଙ୍କ ଘରେ ଆୟକର ବିଭାଗର ଚଢ଼ଉ ଜାରି ରହିଛି। ଝାରସୁଗୁଡ଼ାସ୍ଥିତ ଘର, ଏକ କମ୍ପାନୀ, ଟ୍ରାନ୍ସପୋର୍ଟ କମ୍ପାନୀ, ସମ୍ବଲପୁରର ସ୍ଟକୱାର୍ଡରେ ମଧ୍ୟ ରେଡ କରାଯାଉଥିବା ସୂଚନା ମିଳିଛି। ଭୁବନେଶ୍ୱରର ବମିଖାଲସ୍ଥିତ ଘରେ ଏବଂ ଦିଲ୍ଲୀରେ ଥିବା ଅଫିସ ଉପରେ ମଧ୍ୟ ରେଡ଼ ଚାଲିଛି। କୋଟି କୋଟି ଆୟକର ଫାଙ୍କିବା ନେଇ ତାଙ୍କ ନାଁରେ ଅଭିଯୋଗ ରହିଛି। ଏହାସହ ଏନେଇ ଅଡିଟ ରିପୋର୍ଟରେ ମଧ୍ୟ କିଛି ପ୍ରମାଣ ମିଳିଛି, ଯାହାକୁ ନେଇ ଆୟକର ବିଭାଗର ସନ୍ଦେହ ଉପୁଜିଛି। ଆୟକର ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହିତ ରେଡ ଆରମ୍ଭ ହୋଇଛି।
ପୂର୍ବତନ ବିଧାୟିକା ତଥା ନବ ଦାସଙ୍କ ଝିଅ ପୁରୀ ଯାଇଥିଲେ। ସେହିପରି ଦୀପାଳିଙ୍କ ଭାଇ ବିଶାଳ ଦାସ ଦିଲ୍ଲୀରେ ଥିଲେ। ତାଙ୍କର ଠିକଣାରେ ଆୟକର ଚଢ଼ଉ ଜାରି ଥିବା ନେଇ ସୂଚନା ମିଳିବା ପରେ ଦୀପାଳି ପୁରୀରୁ ଏବଂ ବିଶାଳ ଦିଲ୍ଲୀରୁ ଫେରୁଥିବା ଜଣାଯାଇଛି। ଆୟକର ବିଭାଗ ଭାଇ-ଭଉଣୀଙ୍କ ଉପରେ ନଜର ରଖିଛି।