ଫୁଲବାଣୀ : ଶୁକ୍ରବାର ଫୁଲବାଣୀ କରୋନେଶନ ପଡ଼ିଆରେ ପ୍ରଥମ ଆଦିବାସୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ପଞ୍ଚାୟତିରାଜ,ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗ ଦେଇ କହିଛନ୍ତି ଧରଣୀ ପେନୁ ମାତାର ସନ୍ତାନ ମାନେ ବେଶ୍ ଭଲ ଫୁଟବଲ ଖେଳାଳୀ। କନ୍ଧମାଳ ପରି ଜିଲ୍ଲାରେ ଭରି ରହିଛନ୍ତି ଫୁଟବଲ୍ ତାରକା। ଜିଲ୍ଲାରେ ଏକ ଫୁଟବଲ୍ ଏକାଡେମୀ ସ୍ଥାପନ ପାଇଁ ପ୍ରସ୍ତାବ ସ୍ବାଗତଯୋଗ୍ୟ। ସରକାରଙ୍କୁ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଜଣାଇବି ବୋଲି କହିଛନ୍ତି । ସାରା ଜିଲ୍ଲାରୁ ୧୨ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଛନ୍ତି। ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶହ ଶହ ଫୁଟବଲ୍ ପ୍ରେମୀ ମନ୍ତ୍ରୀଙ୍କ ସହିତ ଖେଳକୁ ଉପଭୋଗ କରିଥିଲେ। ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଓ ଅନ୍ୟ ବିଜେପି କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ସହିତ ଜିଲ୍ଲାର କୁଇ ଆଦିବାସୀ ସମାଜର ଅନେକ କୁଇ ନେତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।