ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କୁ ଗୁରୁବାର ଦିନ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ଘଟଣା ପରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଟୋରେ ବସି ହସ୍ପିଟାଲରେ ପହଞ୍ଚି ଥିଲେ। ଏବେ ସେହି ଅଟୋ ଡ୍ରାଇଭର ଘଟଣା ଦିନର ରାତିରେ କ’ଣ କ’ଣ ହୋଇଥିଲା ପୂରା କାହାଣୀ କହିଛନ୍ତି।
ଅଟୋ ଡ୍ରାଇଭର କହିଛନ୍ତି, ଆମେ ତ ଆସୁଥିଲୁ। ଏହି ସମୟରେ କିଛି ଶଦ୍ଦ ଶୁଣାଗଲା। ଜଣେ ମାଉସୀ ଥିଲେ। ଦୂରରୁ ଆସୁଥିବା ବେଳେ ସେ ରିକ୍ସା-ରିକ୍ସା ଡାକୁଥିଲେ। ସେହି ସମୟରେ ମୋର ମୁଣ୍ଡ କାମ କରୁ ନଥିଲା। ପୁଣି ଥରେ ଶଦ୍ଦ ଶୁଣାଗଲା। ଏହା ପରେ ପୁଣି ଫେରିଲି। ଗେଟ୍ ପାଖକୁ ଯାଇ ଗାଡ଼ି ଲଗାଇ ଥିଲି।
ଡ୍ରାଇଭର କହିଛନ୍ତି, ସେହି ସମୟରେ ମୁଁ ସୈଫ୍ ଅଲୀ ଖାନ୍ଙ୍କୁ ଦେଖି ନଥିଲି। ସେ ପେଣ୍ଟ-ସାର୍ଟ ପିନ୍ଧିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିଲେ। ପୂରା ଶରୀର ରକ୍ତଭିଜା ଥିଲା। ମୁଁ ଏହା ଦେଖି ଚକିତ ହୋଇଯାଇଥିଲି। ଏହା ପରେ ହସ୍ପିଟାଲରେ ପହଞ୍ଚି ଜରୁରୀକାଳୀନ ବିଭାଗକୁ ଯାଇଥିଲି।
ଡ୍ରାଇଭର କହିଛନ୍ତି, ସୈଫ୍ ନିଜେ ଚାଲିକରି ଆସିଥିଲେ। ବହୁତ ଲୋକ ଥିଲେ। ମହିଳା ଓ ଶିଶୁମାନେ ମଧ୍ୟ ଥିଲେ। ରିକ୍ସାରୁ ଓହ୍ଳାଇ ସେ ନିଜେ ଚାଲିଥିଲେ। ତାଙ୍କର ଗଳାରେ କ୍ଷତ ଚିହ୍ନ ଥିଲା। ପିଠିରେ ମଧ୍ୟ ଆଘାତ ଲାଗିଥିଲା। ରକ୍ତସ୍ରାବ ହେଉଥିବା ଜଣାପଡୁଥିଲା। ସେ ଯେତେବେଳେ ଓହ୍ଲାଇଲେ ଲାଲ ଦେଖାଯାଉଥିଲେ। ସୈଫ୍ ନିର୍ଭୟରେ ଥିଲେ।