ପୁରୀ : ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ହୁଣ୍ଡି ସ୍ଥାନାନ୍ତର ପାଇଁ ଧାଡ଼ି ଦର୍ଶନ ବିଳମ୍ବ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି। କିଛି ଦିନ ଗଡ଼ିପାରେ, ଫେବ୍ରୁଆରୀ ୧ରୁ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଶ୍ରୀ ମନ୍ଦିର ହୁଣ୍ଡି ସ୍ଥାନାନ୍ତର ପାଇଁ କିଛି ଅନୁମତି ଆବଶ୍ୟକତା ଅଛି ତେଣୁ ସେହି ପ୍ରକ୍ରିୟା ସରିବା ପରେ ଧାଡ଼ି ଦର୍ଶନ ପାଇଁ ଷ୍ଟ୍ରକଚର ଇନଷ୍ଟଲ କରାଯିବ ।
ସୂଚନାଯୋଗ୍ୟ ଆଉ ପରୀକ୍ଷାମୂଳକ ନୁହେଁ, ସିଧାସଳଖ ଆରମ୍ଭ ହେବ ଧାଡ଼ି ଦର୍ଶନ। ମାର୍କେଟ ଛକ ଯାଏ ଧାଡ଼ି ହେବ। ଏନେଇ ସମସ୍ତ ପ୍ରସ୍ତୁତି ସରିଛି କିନ୍ତୁ ହୁଣ୍ଡି ସ୍ଥାନାନ୍ତର ପାଇଁ ବିଳମ୍ବ ହେଉଛି।