ସମ୍ବଲପୁର: ଚଳିତ ବଷ ପାଇଁ ଆସନ୍ତାକାଲି ଶନିବାର ଦିନ ହୀରାକୁଦ ଜଳଭଣ୍ଡାରରେ ହେବ ପକ୍ଷୀଗଣନା । ଏନେଇ ହୀରାକୁଦ ବନ୍ୟପ୍ରାଣୀ ଡ଼ିଭିଜନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୂତି କରାଯାଇଥିବା ନେଇ ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୁଚନା ଦେଇଛନ୍ତି।
ହୀରାକୁଦ ଜଳଭଣ୍ଡାରକୁ ଦେଶ ତଥା ବିଦେଶର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ପକ୍ଷୀ ଆସିଥାନ୍ତି। ତେବେ ଆସନ୍ତା କାଳି ସକାଳ ୫ ଟା ସମୟରୁ ସଂଧ୍ୟା ୬ ଟା ପଯ୍ୟନ୍ତ ପକ୍ଷୀଗଣନା କାର୍ଯ୍ୟ କରାଯିବ। ସୁଚନା ଅନୁସାରେ ଜଳଭଣ୍ଡାରର ୫୫୦ ବର୍ଗ କିଲୋମିଟର ପରିସରରେ ୨୧ ଗୋଟି ସେକ୍ଟର ରେ ଏହି ଗଣନା କରାଯିବ।
ତେବେ ଏହି ପକ୍ଷୀଗଣନା କାର୍ଯ୍ୟରେ ୩୨ ଗୋଟି ଟିମ୍ ରେ ୭୦ ଜଣ ପକ୍ଷୀ ବିଶେଷଜ୍ଞ ସାମିଲ ହେବେ। ଏହି କାର୍ଯ୍ୟରେ ୩୨ ଗୋଟି ବୋଟ୍ ବ୍ୟବସ୍ଥା କରାଯାଇଥିବା ବେଳେ ୨୦ ଜଣ ସହଯୋଗୀ ଷ୍ଟାପ ମଧ୍ୟ ଏଥିରେ ସାମିଲ ରହିବେ। ଏହି ଗଣନା ପରେ ରାଜ୍ୟ ବାହାରୁ କେତେ ପକ୍ଷୀ ଆସିଛନ୍ତି ଏବଂ ହୀରାକୁଦରେ ମୋଟ କେତେ ପକ୍ଷୀ ରହିଛନ୍ତି ତାହା ଜଣାପଡ଼ିବ।