ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମେଡିକାଲ ପରିସରରେ ଦେଖିବାକୁ ମିଳିଛି ଅପୂର୍ବ ଦୃଶ୍ୟ। ପବିତ୍ର ଗୁରୁ ପୂର୍ଣ୍ଣିମାରେ ମେଡିକାଲରେ ଗୁରୁ ଶିଷ୍ୟଙ୍କ ମିଳନ ଦେଖିବାକୁ ମିଳିଛି। ଗୁରୁ ପଣ୍ଡିତ ସତୀଶ ପ୍ରସାଦ ଆଚାର୍ଯ୍ୟ ନିଜର ସ୍ୱାସ୍ଥ୍ୟର ଯାଞ୍ଚ କରିବା ପାଇଁ କାମାକ୍ଷାନଗର ମେଡିକାଲରେ ପହଞ୍ଚିଥିଲେ। ଠିକ ସେହି ସମୟରେ ମେଡିକାଲରେ କାର୍ଯ୍ୟରତ କର୍ମଚାରୀ ବିଜୟ କୁମାର ସେନାପତି ଓ ଗୀତାଞ୍ଜଳି ବିଶ୍ୱାଳ ଗୁରୁଙ୍କୁ ପାଖରେ ଦେଖି ଭାବବିହ୍ୱଳିତ ହୋଇପଡିଥିଲେ।
ଏହାପରେ ଗୁରୁ ସତୀଶ ପ୍ରସାଦଙ୍କୁ ପ୍ରଣାମ କରି ତାଙ୍କୁ ଗୁରୁ ପୂର୍ଣ୍ଣିମାର ନୀତିକ୍ରାନ୍ତି ଅନୁଯାୟୀ ଗୁରୁଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଏବଂ ସେମାନଙ୍କର ଏହା ପରମ ସୌଭାଗ୍ୟର ଦିନ ବୋଲି ସେମାନେ ପ୍ରକାଶ କରିଛନ୍ତି। କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ ବରଂ କର୍ମ କ୍ଷେତ୍ରରେ ମଧ୍ୟ ଗୁରୁଙ୍କ ସାନିଧ୍ୟ ଲାଭ ମିଳିଥିଲା ବୋଲି ବିଜୟ ଓ ଗୀତାଞ୍ଜଳି କହିଥିଲେ। ଏପରିକି ଗୁରୁ ସର୍ବଦା ନିଜ ଛାତ୍ରଛାତ୍ରୀଙ୍କୁ ସନ୍ତାନ ସମାନ ମଣି ଜୀବନରେ ଭଲ କାମ କରି ଆଗକୁ ବଢିବାର ବାଟ ଦେଖେଇଥାନ୍ତି ବୋଲି ଯୁଗ ଯୁଗରୁ ରହି ଆସିଛି।