ଭୁବନେଶ୍ୱରରେ ଜଙ୍ଗଲ ଜମିରେ ବସବାସ ସମସ୍ୟାର ସମାଧାନ, ଉପକୃତ ହେବେ ୨ ହଜାର ବାସିନ୍ଦା ଭୁବନେଶ୍ୱର, ଫେବ୍ରୁଆରୀ 10(ଖବର ଓଡ଼ିଶା): Share story: ଭୁବନେଶ୍ୱରରେ ଜଙ୍ଗଲ ଜମିରେ ବସବାସ ସମସ୍ୟାର ସମାଧାନ ହୋଇଛି । ମାସେ ଭିତରେ ଜଙ୍ଗଲ କିସମ ପରିବର୍ତ୍ତନ ପ୍ରସ୍ତାବ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ଏହି ନୂଆ ନିର୍ଦ୍ଦେଶନାମା ଦ୍ୱାରା ରାଜଧାନୀର ୨ ହଜାର ବାସିନ୍ଦା ଉପକୃତ ହେବେ । ବରମୁଣ୍ଡା ,ପାଇକନଗର,କାନନବିହାର ଏବଂ ଜୟଦେବ ବିହାରବାସୀ ଉପକୃତ ହେବେ । ପରିବର୍ତ୍ତିତ ଜଙ୍ଗଲ ଜମି କ୍ଷତିଭରଣା ପାଇଁ ଅନ୍ୟତ୍ର ବନୀକରଣ ପାଇଁ ନିର୍ଦ୍ଦେଶ ହୋଇଛି ଖବର ଓଡ଼ିଶା, Reporter, 09/02/2022