ନବରଙ୍ଗପୁର:- କାଳ ବୈଶାଖୀ ନେଲା ଜଣକ ଜୀବନ। ଅନ୍ୟ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅମଳାଭଟ୍ଟା ପଞ୍ଚାୟତ ଅନ୍ତର୍ଗତ ବାରିଗୁଡ଼ା ଗାଁ ପାଖରେ ଇଟା ଭାଟିରେ କାମ କରୁଥିବା ସମୟରେ ଏହି ଅଘଟଣ ଘଟିଛି। ଇଟାଭାଟିରେ କାମ କରୁଥିବା ୫ ଜଣ ଶ୍ରମିକ ଭାଟିରେ ପଲିଥିନ ଘୋଡାଉଥିବା ସମୟରେ ଏଭଳି ଘଟିଥିବା ଜଣାପଡିଛି। ତେବେ ଅପରାହ୍ନରେ ହଠାତ୍ କାଳବୈଶାଖୀ ହେବାରୁ ବଜ୍ରପାତରେ ସୋମନାଥ ଜାନୀ (୫୫) ଟଳି ପଡିଥିଲେ। ଅନ୍ୟ ୪ ଜଣ ପ୍ରବିଣ ହରିଜନ (୪୮),କେଶବ ଜାନୀ (୪୦),ସୂକ୍ଷ୍ମନ ଗୌଡ (୪୫) ଓ କମଳୁ ଜାନୀ (୪୫)ଗୁରୁତର ଆହତ ହୋଇଥିଲେ। ତେଣୁ ସେମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ମୃତକଙ୍କ ପରିବାରକୁ କ୍ଷତି ପୂରଣ ଓ ଗୁରୁତର ପରିବାରକୁ ସରକାରୀ ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।