ଗଞ୍ଜାମ: ସ୍ୱାମୀକୁ ନିର୍ମମ ହତ୍ୟା କଲା ସ୍ତ୍ରୀ । ଏହିଭଳି ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳରେ । ପରିବାରିକ କଳହ ନେଲା ସ୍ୱାମୀର ଜୀବନ । ମୃତ ଯୁବକ ଜଣକ ହେଉଛନ୍ତି ଅମର ନାୟକ ।
ସ୍ତ୍ରୀ ଅଞ୍ଜନା ସ୍ବାମୀକୁ ତଣ୍ଟିଚିପି ହତ୍ୟା କରିଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣ ପାଇଁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ଲାଗିଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ।
ସୂଚନା ଅନୁସାରେ, ଗତକାଲି କୌଣସି କାରଣରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟର କଳହ ଦେଖାଯାଇଥିଲା । ଏହାପରେ ସ୍ତ୍ରୀ ଅଞ୍ଜନା ସ୍ବାମୀକୁ ତଣ୍ଟିଚିପି ହତ୍ୟା କରିଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣ ପାଇଁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ଲାଗିଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ।