ଆଗକୁ ସାଧାରଣ ନିର୍ଵାଚନ ଚାରିଆଡେ କଡାକଡ଼ି ଭାବେ ଯାଞ୍ଚ ଚାଲିଛି । ତେବେ ଏହାରି ଭିତରେ ଗୋଟିଏ ଘଟଣା ଦେଖିବାକୁ ମିଳିଛି । ଆଜି ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ସ୍ଥାନୀୟ ଲୋକେ ବିପୁଳ ପରିମାଣର ଟାବ୍ଲେଟ୍ ଧରିଛନ୍ତି । ଏକ କଣ୍ଟେନରରୁ ୮ଟି ଇନୋଭା ଗାଡ଼ିରେ ଲୋଡ୍ ହେଉଥିବା ବେଳେ ଧରିଲେ ।ମୋଟ ୧୯, ୬୦୦ ଟାବ୍ଲେଟ୍ ଧରି ପୋଲିସ ଜିମା ଦେଲେ ଲୋକେମାନେ । ମିଳିଥିବା ଟାବ୍ଲେଟ୍ରେ ମୁଖ୍ୟମନ୍ତ୍ରୀ ଓ ଫାଇଭ୍-ଟି ଫଟୋ ଲାଗିଥିବା ଦେଖିବାକୁ ମିଳିଛି । ଉଭୟଙ୍କ ଫଟୋ ସହ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟ ଲେଖା ରହିଛି । ତେବେ ଏତେ ପରିମାଣର ଟାବ୍ଲେଟ୍ ଗୁଡ଼ିକ କେଉଁଠୁ ଆସିଛି ଓ କାହାକୁ ଦିଆଯାଇଥାନ୍ତା ସେନେଇ ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି ।