ସମ୍ବଲପୁରରେ ହନୁମାନ ଜନ୍ମୋତ୍ସବ ପାଳନ କରାଯାଇଥିଲା । ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଯୋଗଦାନ କରିଥିଲେ ।ସମ୍ବଲପୁର ସହରର ହାଟପଦା ଠାରେ ଥିବା ଶ୍ରୀ ହନୁମାନ ଜୟନ୍ତୀ ସେବା ସମିତି ପକ୍ଷରୁ ହନୁମାନ ଜନ୍ମୋତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ହାଟପଡା ହନୁମାନ ମନ୍ଦିର ଠାରେ ଶହଶହ ସଂଖ୍ୟାରେ ଶ୍ରଦ୍ଦାଲୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏଥିସହ ସ୍ୱତନ୍ତ୍ର ପୁଜାର୍ଚ୍ଚନା ସହ ମହାଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ୱତନ୍ତ୍ର ଭଜନ ସଂଧ୍ୟା କାର୍ଯ୍ୟକ୍ରମ ରେ ବହୁ ବିଶିଷ୍ଟ କଳାକାର ମାନେ ଉପସ୍ଥିତ ରହି ଭଜନ ପରିବେଷଣ କରିଥିଲେ।
ଏହି ହନୁମାନ ଜନ୍ମୋତ୍ସବ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଭୁ ହନୁମାନ ଙ୍କ ଦର୍ଶନ କରିବା ସହ ଆଶିର୍ବାଦ ନେଇଥିଲେ। ଏଥିସହ କେନ୍ଦ୍ରମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ ସମ୍ବଲପୁର ସହର ହେଉଛି ଏକ ଆଧ୍ୟାତ୍ମିକ ସହର । ତେବେ ସେ ବର୍ତ୍ତମାନ ସମ୍ବଲପୁର ରେ ରହୁଥିବାରୁ ଏପରି କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଉଛନ୍ତି। ଏହାସହ ସେ ସମାଜରେ ଆଧ୍ୟାତ୍ମିକତା ବଜିୟ ରହିବା ପାଇଁ ପ୍ରାଥନା ମଧ୍ୟ କରିଥିଲେ। ଏହାସହ ଅନ୍ୟ ସବୁ ରାଜନୈତିକ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ନିଜର ମତ ରଖିଥିଲେ।