ପୁଣି ଥରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା ର ଚିତ୍ର । ବାରମ୍ବାର ଖବର ପ୍ରସାରଣ ପରେ ବି ଚେତୁନି ପ୍ରସାଶନ । ପୁଣି ଥରେ ଖଟିଆରେ ବୁହାହେଲେ ଗର୍ଭବତୀ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ସାମୁକାନେନ୍ଦି ପଞ୍ଚାୟତ ପଥାନଡାହି ଗାଁ ରୁ ଆସିଛି ଏଭିଳି ଦୃଶ୍ୟ । ଜନନୀ ସୁରକ୍ଷା ଯୋଜନା ଏଠି ଫେଲ ମାରିଛି । ଗାଁ କୁ ରାସ୍ତା କି ପୋଲ ନଥିବାରୁ ଗାଁର ସବିତା ବେରୁଆଙ୍କୁ ଦୀର୍ଘ 4 କିଲୋମିଟର ଖଟିଆରେ ବୋହି କୁମପଡ଼ା ଆମ୍ବୁଲାନସ ନିକଟକୁ ଆଣିଥିଲେ ଆଶାକର୍ମୀ ଓ ତାଙ୍କ ପରିବାର ଲୋକ । ଏହାପରେ ତାଙ୍କୁ କେଶାଦୁରାପାଳ ଗୋଷ୍ଠୀସ୍ୱାସ୍ଥ୍ୟକୁ ଅଣାଯାଇଥିଲା ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଜନନୀ ଯନ୍ତ୍ରଣାର ଏହି ବିକଳ ଚିତ୍ର କେନ୍ଦୁଝରରୁ ସାମ୍ନାକୁ ଆସିଛି ।
ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଏଭଳି ଘଟଣା ଅନେକ ଉପାନ୍ତ ଅଂଚଳରୁ ଆସିଛି । ଯେଉଁଠି ଗାଁକୁ ରାସ୍ତା ନଥାଏ କି ପୋଲ ନଥାଏ ସେଠାରେ ଏଭଳି ଘଟଣା ଦେଖିବାକୁ ମିଳେ ।ଏହା ନୂଆ ନୁହେଁ ବହୁତ ସମୟରେ ଆମ ରାଜ୍ୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ ଏଠି ମଧ୍ୟ ରହିଛି ଠିକ ସେହି ସମାନ ଅବସ୍ଥା ।
ତେବେ ସବୁଠୁ ଦୁଃଖର କଥା ହେଉଛି କେନ୍ଦୁଝର ଭଳି ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି ଯେଉଁଠିକାର ଡ଼ିଏମଏଫ ଫଣ୍ଡ ଯାଇ ସାରାରାଜ୍ୟର ଉନ୍ନତି କରିବା ସହ ସରକାରୀ ବାବୁଙ୍କ କୋଠା ନିର୍ମାଣଖର୍ଚ୍ଚ ହେଉଛି ସେହି ଅଂଚଳର ଲୋକ ମାନେ ମୌଳିକ ସୁବିଧାରୁ ବହୁ ଦୂରରେ ଅଛନ୍ତି । ସରକାରୀ ସ୍ତରରେ ଯନ୍ତ୍ରୀ,GRS ,ପ୍ରଶାସନ ସମସ୍ତେ ଅଛନ୍ତି ଗ୍ରାମଞ୍ଚଳର ଉନ୍ନତି ପାଇଁ କିନ୍ତୁ ଏଠିକାର ସାଧାରଣ ଲୋକଙ୍କ ସ୍ୱର ଯେମିତି କାହା କାନରେ ପଡୁନାହିଁ । ଏଅଞ୍ଚଳର ରାସ୍ତା ନିର୍ମାଣ ,ପୋଲ କାର୍ଯ୍ୟ ହେଉକି ଅନ୍ୟ ଉନ୍ନତି କାରଣ ଯେମିତି ସରକାରୀ ବାବୁଙ୍କ ଫାଇଲ ଭିତରେ ହିଁ ରହି ଯାଇଛି |
ତେବେ ବାରମ୍ବାର ଏ ସମ୍ବନ୍ଧରେ ଖବର ପ୍ରସାରଣ ପରେ ବି ସରକାର ଏଭଳି ଘଟଣାକୁ ଦୃଷ୍ଟି ନିକ୍ଷେପ କରୁନାହାନ୍ତି । ଯେତେବେଳେ ଭୋଟ ଆସୁଛି ସରକାର ମାଳମାଳ ଯୋଜନା ଘୋଷଣା କରୁଛନ୍ତି ହେଲେ ସେ ଯୋଜନା ଯେ କେତେ କାର୍ଯ୍ୟକାରୀ ହେଉଛି ତାହା ଏଭଳି ଦୃଶ୍ୟରୁ ସ୍ପଷ୍ଟ ଅନୁମାନ କରିହେଉଛି ।
ଅଧିକ ପଢନ୍ତୁ :- ସାମ୍ନାକୁ ପୁଣି ଆସିଲା ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର : ଟ୍ରଲିରେ ବୁହାହେଲା ରୋଗୀ