ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ, ଗୃହକାର୍ଯ୍ୟ ଘଣ୍ଟାଏ ବୃଦ୍ଧି ପାଇଁ ନିଷ୍ପତ୍ତି
Khabar Odisha:From-July-2-the-Legislative-Assembly-will-convene-for-a-one-hour-session
ଭୁବନେଶ୍ୱର, ଜୁନ ୨୯(ଖବର ଓଡିଶା):

ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଅଧିବେଶନର କାର୍ଯ୍ୟ ସମୟରୁ ଘଣ୍ଟାଏ ବୃଦ୍ଧି କରାଯାଇଛି । ମୌସୁମୀ ଅଧିବେଶନରେ ଗୃହ ପ୍ରତ୍ୟେକ ଦିନ ୬ ଘଣ୍ଟା ଚାଲିବ । 

ପୂର୍ବରୁ କରୋନା କାଳରେ ୫ ଘଣ୍ଟା ଗୃହ ଚାଲୁଥିଲା । ତେବେ ଏହାକୁ ଏକ ଘଣ୍ଟା ବୃଦ୍ଧି କରାଯାଇଛି । ଅପରାହ୍ଣରେ ଅଧିବେଶନ ୪ଟାରୁ ସନ୍ଧ୍ୟା ୭ଟା ଯାଏ ଚାଲିବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । 

ତେବେ ଏଥର ଗୃହ ସ୍ୱାଭାବିକ ଭାବେ ଚଲାଇବାକୁ ବିରୋଧୀ ଦଳ ପ୍ରସ୍ତାବ ଦେଇଥିଲେ । କରୋନାର ପ୍ରକୋପ କମୁଥିବାରୁ ଗୃହ କାର୍ଯ୍ୟ ସ୍ୱାଭାବିକ କରିବାକୁ ବିରୋଧୀ କହିଥିଲେ । ହେଲେ କୋଭିଡ କେସ ବଢୁଥିବାରୁ ରିକ୍ସ ନେଇ ହେବନି ବୋଲି ବାଚସ୍ପତି କହିଥିଲେ ।

  • Tags:

Subscribe

National International State Sports Entertainment