ରାଉରକେଲା: ନିଆଁଲାଗି ଜିଅନ୍ତା ଜଳି ଗଲେ ନାବାଳକ । ରାଉରକେଲା ସେକ୍ଟର- ୬ ଦୁର୍ଗା ମଣ୍ଡପ ନିକଟରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଛି ।
ସୂଚନା ଅନୁଯାୟୀ ପେଣ୍ଡାଲ ନିକଟରେ ୪ ଜଣ ନାବାଳକ ଖେଳୁଥିବା ବେଳେ ଏହି ଅଘଟଣ ଘଟିଛି। କୌଣସି କାରଣରୁ ନିଆଁ ଲାଗିଥିବା ବେଳେ ସେଠାରେ ମଣ୍ଡପ ନିକଟରେ ଥିବା ଜଣେ ନାବାଳକଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଅନ୍ୟ ତିନି ଜଣ ଅଳ୍ପକେ ସେଠାରୁ ବର୍ତ୍ତି ଯାଇଥିଲେ। ଘଟଣାସ୍ଥଳରେ ନାବାଳକ ଜଣକ ସମ୍ପୁର୍ଣ୍ଣ ଦଗ୍ଧ ହୋଇଯାଇଥିଲେ । ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଘଟଣାସ୍ଥଳରେ କିଭଳି କେମିତି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି ।