ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପର ମୁହାଁ । ଆଜି ଦିନ 11.30 ସୁଦ୍ଧା ରାଜଧାନୀରେ 36.2 ଡିଗ୍ରୀ । ତେବେ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଥିବା କଥା ଧିରେ ଧିରେ ସତ ହେଉଛି । ଦିନ 12ଟା ନହଉଣୁ ଖରା ଲୋକଙ୍କୁ ଡରାଇଲିଣି । ଗୁରୁବାର କେତେକ ଜିଲ୍ଲାରେ 39 ଡିଗ୍ରୀ ଥିବା ବେଳେ ଆଜି ଦିନ 11.30 ସୁଦ୍ଧା ଚାନ୍ଦବାଲିରେ 36.2 ଡିଗ୍ରୀ, ଭୁବନେଶ୍ବରରେ 36 ଡିଗ୍ରୀ, କେନ୍ଦୁଝରରେ 36 ଡିଗ୍ରୀ, ଝାରସୁଗୁଡାରେ 35.4 ଡିଗ୍ରୀ, ସମ୍ବଲପୁରରେ 35.2 ଡିଗ୍ରି ତାପମାତ୍ରା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆଗକୁ ନିର୍ବାଚନ ଆସୁଛି, ଏତେ ଖରାରେ ଲୋକମନେ ଭୋଟ କିପରି ଦେବେ ସେନେଇ ଏବେ ସମସ୍ତେ ଚିନ୍ତାରେ ।
ଅଧିକା ପଢନ୍ତୁ :ରାଜ୍ୟରେ ଉପରମୁହାଁ ପାରଦ, ୪୦ ଡିଗ୍ରୀ ଟପିବା ସମ୍ଭାବନା