ଦିନକୁ ଦିନ ବଢୁଛି ଗ୍ରୀଷ୍ମ ପ୍ରବାହ। ରାଜ୍ୟରେ ଉପରମୁହାଁ ହୋଇ ଚାଲିଛି ପାରଦ। ତେବେ ମାସ ଶେଷ ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଟପିବ। ଏପ୍ରିଲ ଆରମ୍ଭରୁ ଅସହ୍ୟ ହେବ ଗରମ। ଆସନ୍ତା ୨ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢିବାକୁ ଥିବା ବେଳେ ରାତି ତାପମାତ୍ରା ମଧ୍ୟ ୨ ରୁ ୩ ଦିନ ଡିଗ୍ରୀ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଗୁରୁବାର ରାଜ୍ୟର ୫ ସହରର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ଟପିଥିବା ବେଳେ ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବୌଦ୍ଧର ତାପମାତ୍ରା ୩୯.୫ ଡିଗ୍ରୀ, ନୟାଗଡ଼ ଓ ଟିଟଲାଗଡରେ ୩୯.୨° ଡିଗ୍ରୀ, ଭବାନୀପାଟଣାରେ ୩୯ ଡିଗ୍ରୀ ସେଲସିୟସ ରହିଥିଲା।
ଅପରପକ୍ଷରେ, ଆଗାମୀ ୪ରୁ ୫ଦିନ ଯାଏ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବା ସହ ୧ ତାରିଖ ଯାଏ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଶୁକ୍ରବାର ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି। ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଯାଜପୁର।
ଅଧିକ ପଢନ୍ତୁ: ତେଜସ୍ ମାକ୍-୧ଏର ସଫଳ ପରୀକ୍ଷଣ