ଗୁରୁବାର ବେଙ୍ଗାଲୁରୁସ୍ଥିତ ଡିଆରଡିଓ ଲ୍ୟାବରେ ଭାରତୀୟ ବାୟୁସେନାର ନୂଆ ଲଢୁଆ ବିମାନ ତେଜସ୍ ମାର୍କ-୧ଏ ଏହାର ପ୍ରଥମ ଉଡ଼ାଣ ସଫଳତାର ସହ ଶେଷ କରିଛି। ଏହି ବିମାନକୁ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି ବିକଶିତ କରିଥିବା ବେଳେ ଗତ କିଛି ଦିନ ହେବ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡର କାରଖାନାରେ ଏହାର ଟ୍ୟାକ୍ସି ଟ୍ରାଏଲ ଚାଲିଥିଲା।
ସୂଚନାଯୋଗ୍ୟ ଯେ, ଗୁରୁବାର DRDO ଲ୍ୟାବରେ ତେଜସ୍ ମାର୍କ-୧ଏ ର ପ୍ରଥମ ଉଡ଼ାଣ ୧୮ ମିନିଟ୍ ଧରି ଚାଲିଥିଲା ଏବଂ ହାଲ୍ ର ମୁଖ୍ୟ ଟେଷ୍ଟ ପାଇଲଟ୍ (ଫିକ୍ସଡ୍ ୱିଙ୍ଗ୍) ଗ୍ରୁପ୍ କ୍ୟାପଟେନ୍ କେ.କେ ବେଣୁଗୋପାଳ ଏହାକୁ ପରିଚାଳନା କରିଥିଲେ।
ଉଲ୍ଲେଖନୀୟ ଯେ, ଏହି ନୂଆ ତେଜସ ଲଢୁଆ ବିମାନ ବିଶ୍ୱର ଶ୍ରେଷ୍ଠ ହାଲୁକା ଲଢୁଆ ବିମାନଗୁଡ଼ିକ ମଧ୍ୟରୁ ଗୋଟିଏ। ଏହି ବିମାନରେ ଆଡଭାନ୍ସଡ ଇଲେକ୍ଟ୍ରୋନିକ ସ୍କାନ୍ ଆରେ (AESA) ରାଡାର, ଡିଜିଟାଲ ରାଡାର ଆଲର୍ଟ ରିସିଭର, ଆଡଭାନ୍ସ ଭିଜୁଆଲ ରେଞ୍ଜ (BVR) ଏୟାର ଟୁ ଏୟାର ମିସାଇଲ ଏବଂ ବାହ୍ୟ ସେଲ୍ଫ ପ୍ରୋଟେକ୍ସନ ଜାମର ପୋଡ ଭଳି ଫିଚର ରହିଥିବା ବେଳେ ତେଜସର ଏହି ନୂଆ ଅବତାର ଅନ୍ୟ ଲଢୁଆ ବିମାନ ତୁଳନାରେ ବହୁତ ଛୋଟ। ଏହାର ବିଶେଷତ୍ୱ ହେଉଛି ଏହା ଶତ୍ରୁପକ୍ଷର ରାଡାରରେ ଲଢୁଆ ବିମାନ ଭଳି ଧରାପଡିବନାହିଁ।
ଅଧିକ ପଢନ୍ତୁ: କେଜ୍ରିୱାଲଙ୍କ ଉପରେ ନଜର