ମଦ ଦୁର୍ନୀତି ମାମଲାରେ ଇଡି ହେପାଜତରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ଜେଲରୁ ସରକାର ଚଳାଉଥିବା ଦେଖିବାକୁ ମିଳିଛି। କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ମଦ ଦୁର୍ନୀତି ମାମଲାରେ ଗିରଫ କରାଯିବା ପରେ ତାଙ୍କୁ ଇଡି ରିମାଣ୍ଡରେ ନେଇ ପଚରାଉଚରା କରୁଛି। ଏହି ଶୁଣାଣି ବେଳେ କେଜ୍ରିୱାଲ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଦେବେ ଏବଂ ବଡ଼ ଖୁଲାସା କରିବେ ବୋଲି ତାଙ୍କ ପତ୍ନୀ ସୁନୀତା କହିଥିଲେ।
ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ କହିଥିଲେ ଯେ, "ମୁଖ୍ୟମନ୍ତ୍ରୀଙ୍କୁ ଜନତାଙ୍କର ଚିନ୍ତା ଅଛି । ୨ ଦିନ ପୂର୍ବରୁ ସେ ଜଳ ଓ ଜଳ ନିଷ୍କାସନ ସମସ୍ୟା ନେଇ ଜଳ ମନ୍ତ୍ରୀ ଆତିଶୀଙ୍କୁ ଚିଠି ଲେଖିଥିଲେ। ଏଥିପାଇଁ କେନ୍ଦ୍ର ସରକାର ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଲୋକଙ୍କ ସମସ୍ୟା ସମାଧାନ କରିବା କ'ଣ ଭୁଲ ? ସେମାନେ (କେନ୍ଦ୍ର) କ'ଣ ଦିଲ୍ଲୀକୁ ନଷ୍ଟ କରିବାକୁ ଚାହୁଁଛନ୍ତି କି ?"
ଏହିଁ ପରିପ୍ରେକ୍ଷୀରେ ସୁନିତା କହିଥିଲେ ଯେ, "ଗତ ୨ ବର୍ଷରେ ୨୫୦ରୁ ଅଧିକ ସ୍ଥାନରେ ରେଡ୍ ହୋଇଥିବା ବେଳେ କୌଣସି ରେଡରେ ଏପର୍ଯ୍ୟନ୍ତ କିଛି ବି ଟଙ୍କା ମିଳିନାହିଁ । ଏହି ପ୍ରସଙ୍ଗରେ ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ କୋର୍ଟରେ ଏହାର ଖୁଲାସା କରିବେ ଏବଂ ପ୍ରମାଣ ଦେବେ । ସେହି ସମୟରେ ସାରା ଦେଶକୁ ସତ କହିବେ କି ଏହି ତଥାକଥିତ ମଦ ଦୁର୍ନୀତି ଟଙ୍କା କୁଆଡେ ଗଲା । ଅରବିନ୍ଦଜୀ ବହୁତ ସଚ୍ଚୋଟ, ଦେଶଭକ୍ତ ଓ ସାହାସୀ ବ୍ୟକ୍ତି ଅଟନ୍ତି।"
ଏହା ପୂର୍ବରୁ ସୁନୀତା କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାର୍ତ୍ତା ପଢି ଶୁଣାଇଥିଲେ।
ଅଧିକ ପଢନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ କୂଟନୈତିକ ବୈଠକ ଅନୁଷ୍ଠିତ