ଜ୍ୱାଇଁର ଛୁରାମାଡ଼ରେ ଶ୍ଵଶୁରଙ୍କ ମୃତ୍ୟୁ khabar odisha :29/03/2024 Share story: ପାରିବାରିକ କଳହକୁ ନେଇ ଜଘନ୍ୟ କାଣ୍ଡ । ଜ୍ୱାଇଁର ଛୁରାମାଡରେ ଶ୍ୱଶୁରଙ୍କ ମୃତ୍ୟୁ । ଏଭଳି ଏକ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି ନାରାୟଣପାଟଣା ବ୍ଲକ ବାସନପୁଟ ଗାଁରେ । ଘଟଣାରେ ଅଭିଯୁକ୍ତ ଶାତି ପ୍ରସ୍କାଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି । ସୂତନା ଅନୁସାରେ ଶାତୁଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ । ଏବଂ ସେ ତାଙ୍କ ବାପ ଘରେ ରହୁଥିଲେ । ତେବେ ଗୁରୁବାର ରାତିରେ ଶାତୁଙ୍କ ସ୍ତ୍ରୀର ପ୍ରସବ ଯନ୍ତ୍ରଣା ହେବାରୁ ଶାତୁଙ୍କ ଶ୍ୱଶୁର ରାମଚନ୍ଦ୍ର ତାଙ୍କୁ ନେଡିକାଲ ନେଇଯାଇଥିଲେ । ଆଉ ଏହି ଖବର ପାଇ ଶାତୁ ମେଡିକାଲରେ ପହଂଚିଥିଲେ । ଏବଂ ମୋତେ ନପଚାରି ମୋ ସ୍ତ୍ରୀକୁ କାହିଁକି ମେଡିକାଲରେ ଭର୍ତି କରିଛ ବୋଲି କହି ପାଟି ତୁଣ୍ଡ ଆରମ୍ଭ କରିଥିଲେ । ଏହା ପରେ ଶ୍ୱଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ଧୀରେ ଧୀରେ ତିକ୍ତତା ବଢିବାରେ ଲାଗିଲା । ଆଉ ଏହି କଥାରେ ଶାତୁ ଉତ୍ୟକ୍ତ ହୋଇ ଏକ ଛୁରୀରେ ତାଙ୍କ ଶ୍ୱଶୁରଙ୍କୁ ଭୁସି ଦେଇଥିଲେ । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ତଦନ୍ତ ପରେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କୁହାଯାଇଛି । ଅଧିକ ପଢନ୍ତୁ :ମନ୍ଦିରରୁ ଚୋରି crime odisha Henilprava Swain, Author, 29/03/2024