ବିଧିର ବିଧାନ ବଡ ବିଚିତ୍ର। କ୍ଷଣକରେ ସବୁ ଖୁସି ହୋଇଗଲା ଛାରଖାର। କିଏ ଜାଣିଥିଲା ହସଖୁସିର ମାହୋଲରେ ଘୋଟିଯିବ କଳା ବାଦଲ। ଏ ଘଟଣା ଯେତିକି ଲୋମଟାଙ୍କୁରା ତାଠାରୁ ବଳି ଦୁଃଖଦ ପୂର୍ଣ୍ଣ। ପୁଅର ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ବାପାଙ୍କର ମୃତ୍ୟୁ ଘଟିଲା ।
କିଛି ଘଣ୍ଟା ଆଗରୁ ପୁଅ ବାହାଘର ପାଇଁ ବେଶ ଆନନ୍ଦରେ ଥିଲେ ବାପା ବିମ୍ବାଧର । ହେଲେ ହଠାତ୍ ଦୁର୍ଘଟଣା ଜନିତ ମୃତ୍ୟୁ ସମସ୍ତଙ୍କୁ ଦୁଃଖ ଦେଇଗଲା ପୁଅର ଶୋଭାଯାତ୍ରାରେ ଚାଲିଗଲା ବିମ୍ବାଧରଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ନରସିଂହପୁର ବ୍ଲକ ସ୍ଥିତ ଚତରାପଦା ଗାଁରେ । ମୃତକ ହେଲେ ବିମ୍ବାଧର ନାୟକ । ବରଯାତ୍ରୀ ନେଇ ଯାଉଥିବା ବସଟି ବିବାହ ଶୋଭାଯାତ୍ରା ଚାଲିଥିବାବେଳେ ଦୁଃର୍ଭାଗ୍ୟ ବଶତଃ ବସଟି ତାଙ୍କ ଉପରେ ଚଡ଼ିଯାଇଥିଲା । ଫଳରେ ବସ ତଳେ ପଡିଯାଇଥିଲେ ବିମ୍ବାଧର । ସଙ୍ଗେସଙ୍ଗେ ଗୁରୁତର ବିମ୍ବାଧରଙ୍କୁ ମେଡିକାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଅ ବାହାଘର ପାଇଁ ପରିବାରରେ ହସଖୁସି ଥିବା ବେଳେ ଏଭଳି ଘଟଣା ଶୋକାକୂଳ ପରିବେଶ ସୃଷ୍ଟି କରିଛି ।