ମର୍ମନ୍ତୁଦ ସଡକ ଦୁର୍ଘଟଣା। ଚାଲି ଚାଲି ରାସ୍ତା ପାର ହେଉଥିବା ବେଳେ ଗାଡି ଧକ୍କା ରେ ଚାଲିଗଲା ଜୀବନ। ରବିବାର ରାତିରେ ବଲାଙ୍ଗୀର ସମ୍ବଲପୁର ରୋଡ଼ ଶଙ୍କର ଭୁଜି ଗ୍ରାମ ଠାରେ ରାସ୍ତା ପାର ହେଉଥିବା ସମୟରେ ଏକ ଦ୍ରୁତ ଗତି ରେ ଆସୁ ଥିବା ବାଇକ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତ ବ୍ଯକ୍ତି ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ଥାନା ସଙ୍କରଭୁଜି ଗ୍ରାମର ଚତୁର୍ଭୁଜ ନନ୍ଦ।ସ୍ଥାନୀୟ ଲୋକେ ତାଙ୍କୁ ଘଟଣାସ୍ଥଳରୁ ଗୁରୁତର ଭାବେ ଉଦ୍ଧାର କରି ଭୀମଭୋଇ ମେଡ଼ିକାଲ କୁ ଆଣି ଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସୋମବାର ଶବ ବ୍ୟବଚ୍ଛେଦ ପରେ ଗ୍ରାମବାସୀ ଓ ପରିବାର ଲୋକେ ଶବକୁ ନେଇ କ୍ଷତି ପୂରଣ ଦାବିରେ ବଲାଙ୍ଗୀର ସମ୍ବଲପୁର ୨୬ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପୁଇଁନ୍ତଳା ପୋଲିସ ଓ ସଦର ଏସ ଡି ପି ଓ ପ୍ରଦୀପ କୁମାର ସାହୁ ପହଞ୍ଚି ବୁଝା ସୁଝା କରିବା ପରେ ରାସ୍ତା ରୋକ୍ ହଟିଥିଲା ।