ଜଗତସିଂହପୁର : ଛାତ୍ରୀଙ୍କୁ ଅଧ୍ଯାପକଙ୍କ ଦୁର୍ବ୍ୟବହାର ଘଟଣାରେ ଅଧ୍ୟାପକଙ୍କ ନାଁରେ ମାମଲା ରୁଜୁ । ଜଗତସିଂହପୁର ଜିଲ୍ଲା ଅରୁପାନନ୍ଦ କଲେଜର ଛାତ୍ରୀଙ୍କୁ ଆପତ୍ତିଜନକ ବ୍ୟବହାର ଘଟଣାରେ ସଂପୃକ୍ତ କଲେଜ ଗଣିତ ଅଧ୍ୟାପକଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ଉପ-ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଜିରୋ ଏଫଆଇଆର କରାଯାଇ ସେକ୍ସନ ୧୨ ଏବଂ ୨୧ ଅନୁସାରେ ମାମଲା ରୁଜୁ କରାଯାଇଛି । ପୂର୍ବରୁ ଏହି ଘଟଣାରେ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଏବଂ ସମ୍ପୃକ୍ତ ଅଧ୍ୟାପକ ଶାଶ୍ୱତ ମହାନ୍ତିଙ୍କୁ ୬ ମାସ ପାଇଁ ଉପଜିଲ୍ଲାପାଳ ନିଲମ୍ବିତ କରିଥିଲେ । ତେବେ କାଲିର ଏଫ୍ଆଇଆର ପ୍ରଥମେ ଜଗତସିଂହପୁର ଥାନାରେ ଦିଆଯାଇଛି । ଏହାପରେ ରଘୁନାଥପୁର ଥାନାକୁ ଟ୍ରାନ୍ସଫର କରାଯାଇଛି । ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।