ମ।ଞ୍ଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ବୁଧବାରଠୁ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି । ପ୍ରଥମ ଦିନର ଖେଳରେ ଦୁଇ ଦଳକୁ ମିଶ୍ରିତ ସଫଳତା ମିଳିଛି । ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୨୬୪ ରନ କରିଛି । କ୍ରିଜରେ ରବୀନ୍ଦ୍ର ଜାଡେଜା ୧୯ ରନ ଓ ଶାର୍ଦ୍ଦୁଳ ଠାକୁର ୧୯ ରନ କରି ଅପରାଜିତ ଅଛନ୍ତି । ପ୍ରଥମ ଦିନର ଖେଳରେ ଚମକିଛନ୍ତି ସାଇ ସୁଦର୍ଶନ ଓ ଯଶସ୍ୱୀ ଜୟସ୍ୱାଲ । ଦୁଇ ବ୍ୟାଟର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୨ଟି ୱିକେଟ୍ ନେଇ ଅଧିନାୟକ ବେନ ଷ୍ଟୋକ୍ସ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଆଜି ଦଳ ତିନୋଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି । ଓପନିଂରେ ଯଶସ୍ୱୀ ଜୟସ୍ୱାଲ ଓ କେଏଲ ରାହୁଲ ଦମଦାର ବ୍ୟାଟିଂ କରିଥିଲେ । ଦୁଇ ଓପନର ପ୍ରଥମ ସେସନରେ ଭାରତର କୌଣସି ୱିକେଟ୍ ହରାଇବାକୁ ଦେଇ ନ ଥିଲେ । ଦୁଇ ବ୍ୟାଟର ପ୍ରଥମ ୱିକେଟ୍ ପାଁ ୯୪ ରନ ଯୋଡିଥିଲେ । ଭଲ ବ୍ୟାଟିଂ କରୁଥିବା କେଏଲ ରାହୁଲ ୪୬ ରନ କରି ପ୍ରଥମ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ । ଜୟସ୍ୱାଲ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ୫୮ ରନ କରି ଆଉଟ୍ ହୋଇଥିଲେ । ତେବେ ଅଧିନାୟକ ଶୁଭମନ ଗିଲ୍ ୧୨ ରନ କରି ।ାଉଟ୍ ହେବା ଭାରତକୁ ବଡ ଝଟକା ଦେଇଥିଲା ।
ଅନ୍ୟପଟେ ସାଇ ସୁଦର୍ଶନ କ୍ରିଜରେ ଜମି ଦଳର ଇନିଂସ ସମ୍ଭାଳିଥିଲେ । ସେ ଏବଂ ଋଷଭ ପନ୍ତ ଦମଦାର ବ୍ୟାଟିଂ କରିଥିଲେ । ସୁଦର୍ଶନ ନିଜର ଟେଷ୍ଟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୬୧ ରନ କରି ପାଭିଲିୟନ ଫେରିଥିଲେ. ଏହା ପୂର୍ବରୁ ସେ ପନ୍ତଙ୍କ ସହ ଚତୁର୍ଥ ୱିକେଟରେ ୯୫ ରନ କରି ଦଳର ସ୍ଥିତି ଜମବୁତ କରିଥିଲେ । ତେବେ ଦ୍ରୁତ ବ୍ୟାଟିଂ କରୁଥିବା ପନ୍ତ ଆହତ ହେବା ଭାରତୀୟ ଦଳକୁ ଶକ୍ତ ଧକ୍କା ଦେଇଛି । ଏପରିକି ପନ୍ତଙ୍କୁ ରିଟାୟର୍ଡ ହଟ୍ ହେବାକୁ ପଡିଛି । ସେ ୪୮ ବଲରୁ ୩୭ ରନ କରିଛନ୍ତି । ଏହା ପରେ ଜାଡେଜା ଓ ଠାକୁର ଭାରତୀୟ ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇ ନାହାନ୍ତି । ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୨୬୪ ରନ କରିଛି । କ୍ରିଜରେ ରବୀନ୍ଦ୍ର ଜାଡେଜା ୧୯ ରନ ଓ ଶାର୍ଦ୍ଦୁଳ ଠାକୁର ୧୯ ରନ କରି ଅପରାଜିତ ଅଛନ୍ତି ।