ମୁମ୍ବାଇ: ଗାଜାରେ ଇସ୍ରାଏଲ ପକ୍ଷରୁ ହେଉଥିବା ଆକ୍ରମଣ ବିରୋଧରେ ପ୍ରଦର୍ଶନର ଅନୁମତି ପାଇଁ ବାମପନ୍ଥୀ ଦଳ ସିପିଏମ ବମ୍ବେ ହାଇକୋର୍ଟରେ ଆବେଦନ ଦାଖଲ କରିଥିଲା । ଅଦାଲତ ପାର୍ଟିକୁ ବିକ୍ଷୋଭ ପ୍ରଦର୍ଶନ ଅନୁମତି ନ ଦେବା ସହ ଜରୁରୀ ଉପଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି, ହଜାର ହଜାର କିଲୋମିଟର ଦୂରର କୌଣସି ପ୍ରସଙ୍ଗ ପରିବର୍ତ୍ତେ ଭାରତ କୌଣସି ପ୍ରସଙ୍ଗ ଉପରେ ଧ୍ୟାନ ଦିଅନ୍ତୁ । ସିିପିଏମ ଦାବି କରିଥିଲା ଯେ, ଆଜାଦ ମଇଦାନରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଅନୁତମତି ଦିଆଯାଉ । କିନ୍ତୁ ମୁମ୍ବାଇ ପୋଲିସ ଅନୁମତି ଦେବାକୁ ମନା କରି ଦେଇଥିଲା । ଜଷ୍ଟିସ ରବୀନ୍ଦ୍ର ଘୁଗେ ଓ ଗୌତମ ଅଖଣ୍ଡଙ୍କ ପୀଠ ଆବେଦନକୁ ଖାରଜ କରି କହିଛନ୍ତି ଯେ, ଅନ୍ୟ ଦେଶ ପରିବର୍ତ୍ତେ ନିଜ ଦେଶର ଦେଶର ପ୍ରସଙ୍ଗ ଉପରେ ଧ୍ୟାନ ଦିଅନ୍ତୁ ।
ପୀଠ କହିଛନ୍ତି, ଆମ ଦେଶରେ ଅନେକ ପ୍ରସଙ୍ଗ ରହିଛି । କିନ୍ତୁ ଆପଣଙ୍କ ଦୂରଦୃଷ୍ଟି ନାହିଁ । ଆପଣମାନେ ଗାଜା ପ୍ରସଙ୍ଗ ଦେଖି ପାରୁଛନ୍ତି । ପାଲେଷ୍ଟାଇନ ଉପରେ ଆଲୋଚନା କରୁଛନ୍ତି । କିନ୍ତୁ ନିଜ ଦେଶରେ ଥିବା ପ୍ରସଙ୍ଗ ଦେଖି ପାରୁ ନାହାନ୍ତି । ଦୟା କରି ଦେଶ ଭକ୍ତ ହୁଅନ୍ତୁ । କୋର୍ଟ ଏହା ମଧ୍ୟ କହିଛନ୍ତି ଆପଣଙ୍କ ପାର୍ଟି ଗାଜା ପରିବର୍ତ୍ତେ ଭାରତରେ ପ୍ରଦୂଷଣ, ବନ୍ୟା, ଡ୍ରେନ, ସ୍ୱଚ୍ଛତା ଏମିତି ବହୁତ ପ୍ରସଙ୍ଗ ରହିଛି । ଏମିତି ଅନେକ ପ୍ରସଙ୍ଗ ରହିଛି ଯେଉଁଥିରେ ସାଧାରଣ ଜନତା ପ୍ରଭାବିତ ହେଉଛନ୍ତି । ଆପଣ ଏମିତି ଏକ ରାଜନୈତିକ ସଂଗଠନ ଯାହାଙ୍କ ପଞ୍ଜୀକରଣ ଭାରତରେ ରହିଛି । କିନ୍ତୁ ଆପଣମାନେ ଅନ୍ୟ ଦେଶର ପ୍ରସଙ୍ଗକୁ ନେଇ ନିଜ ଦେଶରେ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି । କିଛି ତ ଦେଶଭକ୍ତି ଦେଖାନ୍ତୁ ।
କୋର୍ଟ ଏହା ମଧ୍ୟ କହିଛନ୍ତି, ଆପଣଙ୍କ ବିରୋଧ ପ୍ରଦର୍ଶନର ଦାବି ସରକାରଙ୍କ ବିଦେଶ ନୀତି ବିପରୀତ ବି ରହିଛି । ଏମିତି ଆନ୍ଦୋଳନ କରିବାର ସମ୍ଭାବିତ କୂଟନୈତିକ ପରିଣାମ ବି ହୋଇପାରେ । ପୀଠ କହିଛନ୍ତି, ଆପଣ ଜାଣି ପାରିବେ ନାହିଁ ଯେ, ଏହି ପ୍ରସଙ୍ଗ କେଉଁ ରୂପ ନେବ । ଆପଣ ଇସ୍ରାଏଲକୁ ସମର୍ଥନ ଦେବେ ନା ପାଲେଷ୍ଟାଇନକୁ । ଯାହା ବି ଆପଣଙ୍କ ସମର୍ଥନ ତାହା ସରକାରଙ୍କ ବୈଦେଶିକ ନୀତି ବିପରୀତ ରହିଛି ।