ନୂଆଦିଲ୍ଲୀ: ଏବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି। କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କର ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ସମେତ ଯେକୌଣସି ବ୍ୟକ୍ତିଗତ କାରଣ ଦର୍ଶାଇ ଅନ୍ୟ ଯୋଗ୍ୟ ଛୁଟି ସହିତ ପ୍ରତିବର୍ଷ ୩୦ ଦିନର ଅତିରିକ୍ତ ଛୁଟି ନେଇପାରିବେ। ଏଥିପାଇଁ ସେମାନଙ୍କର କୌଣସି ଦରମା କଟିବ ନାହିଁ। ପରିଣତ ବୟସରେ ବୃଦ୍ଧ ବାପା-ମାଙ୍କ ସେବା କରିବାକୁ ସେମାନେ ଏହି ଛୁଟି ନେଇପାରିବେ। ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ପାଇଁ ମଧ୍ୟ ଏହି ଛୁଟି ନିଆଯାଇପାରିବ । ଗୁରୁବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ।
ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ କେନ୍ଦ୍ରୀୟ ସିଭିଲ ସେବା (ଛୁଟି) ନିୟମ, ୧୯୭୨ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଅନ୍ୟାନ୍ୟ ଯୋଗ୍ୟ ଛୁଟି ବ୍ୟତୀତ ପ୍ରତିବର୍ଷ ୩୦ ଦିନର ଅର୍ଜିତ ଛୁଟି, ୨୦ ଦିନର ଅଧା ବେତନ ଛୁଟି, ୮ ଦିନର କାଜୁଆଲ୍ ଛୁଟି ଏବଂ ୨ ଦିନର ପ୍ରତିବନ୍ଧିତ ଛୁଟି ପ୍ରଦାନ କରାଯାଇଛି। ସେମାନେ ସେମାନଙ୍କର ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ସମେତ ଯେକୌଣସି ବ୍ୟକ୍ତିଗତ କାରଣରୁ ଏହି ଲାଭ ପାଇପାରିବେ। ଯେଉଁଥିରେ ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ମଧ୍ୟ ସାମିଲ ରହିଛି ।
CGHS ଅଧୀନରେ, ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ଶସ୍ତା ଔଷଧ ଏବଂ ଚିକିତ୍ସା ମଧ୍ୟ ପାଇପାରିବେ । ଅବସର ପରେ ମଧ୍ୟ CGHS ସୁବିଧା ଉପଲବ୍ଧ ହୋଇପାରିବ । ମହିଳାଙ୍କୁ ୬ ମାସର ମାତୃତ୍ୱ ଛୁଟି ଏବଂ ପୁରୁଷମାନଙ୍କୁ ୧୫ ଦିନର ପିତୃତ୍ୱ ଛୁଟି ପ୍ରଦାନ କରାଯାଏ । ସରକାରୀ କର୍ମଚାରୀମାନେ ଅବସର ପରେ ଗ୍ରାଚ୍ୟୁଇଟି ଏବଂ PF ସୁବିଧା ପାଆନ୍ତି ।
ସେହିଭଳି ନୂଆ ପେନସନ ଯୋଜନା ଅଧୀନରେ, ପ୍ରତି ମାସରେ ଦରମାରୁ କିଛି ଟଙ୍କା କଟାଯାଏ, ଯାହା ପେନସନ ଆକାରରେ ମିଳିଥାଏ । ଆପଣଙ୍କୁ ଜଣାଇ ଦେଉଛୁ ଯେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର 8th ପେ’ କମିଶନ ଲାଗୁ କରିବେ । ସୂଚନା ଅନୁଯାୟୀ ଏହା ୧ ଜାନୁଆରୀ, ୨୦୨୬ ରୁ ଲାଗୁ ହେବ । ଏହା ଦ୍ୱାରା କର୍ମଚାରୀଙ୍କ ଦରମାରେ ଏକ ବଡ଼ ବୃଦ୍ଧି ହେବାର ଆଶା କରାଯାଉଛି । ଲେବଲ୍-୧ କର୍ମଚାରୀଙ୍କ ବେସିକ ଦରମା ୧୮୦୦୦ ଟଙ୍କାରୁ ୫୧୦୦୦ ଟଙ୍କାକୁ ବୃଦ୍ଧି ପାଇପାରେ । ତଥାପି ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ମିଳିନାହିଁ ।