ନୂଆଦିଲ୍ଲୀ: ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ୨୬ତମ କାରଗିଲ ବିଜୟ ଦିବସ ଅବସରରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଦ୍ରାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ସେନାର ଭବିଷ୍ୟତର ରୋଡମ୍ୟାପ ଦେଖାଇଛନ୍ତି । ଭବିଷ୍ୟତରେ ରୁଦ୍ର ବ୍ରିଗେଡ ଶତ୍ରୁ ପାଇଁ କାଳ ପାଲଟିବ ବୋଲି ସେନା ମୁଖ୍ୟ କହିଛନ୍ତି । ଆଗାମୀ ଦିନରେ ଭାରତୀୟ ସେନା ଆହୁରି ମଜବୁତ ହେବ । ଅପରେସନ ସିନ୍ଦୂର ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ଏହି ଅଭିଯାନରେ ଭାରତ ଆତଙ୍କବାଦୀଙ୍କୁ ଉଚିତ୍ ଶିକ୍ଷା ଦେଇଛନ୍ତି । ଭବିଷ୍ୟତରେ ଭାରତ ଉପରେ କୁଦୃଷ୍ଟି ପକାଉଥିବା ଲୋକଙ୍କୁ ଏହିପରି ଶାସ୍ତି ଦିଆଯିବ ।
ଋୁଦ୍ର ବ୍ରିଗେଡରେ କଣ ରହିଛି ଖାସ୍
ଜେନେରାଲ ଦ୍ୱିବେଦୀ କହିଛନ୍ତି, ସେନାରେ ରୁଦ୍ର ବ୍ରିଗେଡର ସ୍ଥାପନା କରାଯାଉଛି । ଏଥିପାଇଁ ମୁଁ ଗତକାଲି ମଞ୍ଜୁରୀ ଦେଇଛି । ଏହାରି ଆଧାରରେ ଆମ ପାଖରେ ଗୋଟିଏ ସ୍ଥାନରେ ପାଦ ଚଲା ସୈନିକ, ମେସିନ ସହ ପାଦଚଲା ସୈନିକ. ଯୁଦ୍ଧାସ୍ତ୍ର, ତୋପଖାନା, ସ୍ୱତନ୍ତ୍ର ଦଳ ଓ ବାୟୁସେନା ରହିବ ବିମାନ ରହିବ ଯିଏ ଯୁଦ୍ଧାସ୍ତ୍ର, ସାମଗ୍ରୀ ସହ ଯୁଦ୍ଧ ସଂପର୍କିତ ସହାୟତା ପ୍ରଦାନ କରିବ । ସେନା ପ୍ରମୁଖ କହିଛନ୍ତି, ଆଗାମୀ ଦିନରେ ସେନାର କ୍ଷମତା ଅନେକ ଗୁଢ ବଢିଯିବ । କାରଣ ସେନାର ଏୟାର ଡିଫେନ୍ସ ସିଷ୍ଟମ ସ୍ୱଦେଶୀ ମିସାଇଲରେ ସଜ୍ଜିତ ରହିବ ।
ଭୈରବ ଲାଇଟ କମାଣ୍ଡୋ ୟୁନିଟ
ଜେନେରାଲ ଦ୍ୱିବେଦୀ କହିଛନ୍ତି, ସେନା ଏକ ସ୍ୱତନ୍ତ୍ର ବଳ ଭୈରବ ଲାଇଟ କମାଣ୍ଡୋ ୟୁନିଟର ଗଠନ କରାଯାଇଛି । ଏହି ୟୁନିଟ୍ ସୀମାରେ ଶତ୍ରୁକୁ ଚକମା ଦେବା ପାଇଁ ସର୍ବଦା ପ୍ରସ୍ତୁତ ରହିବେ । ଏହା ସହିତ ଶକ୍ତିବାଣ ରେଜିମେଣ୍ଟର ଗଠନ କରାଯାଇଛି । ଏହା ଡ୍ରୋନ, ଡ୍ରୋନ ନିରୋଧୀ ଉପକରଣ ଓ ଆତ୍ମଘାତୀ ଡ୍ରୋନରେ ସଜ୍ଜିତ ରହିବ । ଏହିପରି ଆମେ ବିକଶିତ ଭାରତ ୨୦୪୭ ଭିଜନକୁ ପୂରା କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ । ସେନା ବି ବିକାଶ କାର୍ଯ୍ୟରେ ନିଜର ଯୋଗଦାନ ଦେଉଛନ୍ତି । ଏହାରି ଆଧାରରେ ସୀାମାବର୍ତ୍ତୀ ଅଞ୍ଚଳ, ଲଦାଖରେ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି ।