ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମାରେ ଉଡାଇବାକୁ ଧମକ । ପୋଲିସ କଂଟ୍ରୋଲ ରୁମକୁ ୩ଟି ଅଜଣା ନମ୍ବରରୁ ଆସିଥିଲା ଧକମପୁର୍ଣ୍ଣ ଫୋନ୍ କଲ । ଫୋନ କଲଟି ସିଧା ମହରାଷ୍ଟ୍ର ପୋଲିସ ଡିଜିପି କାର୍ଯ୍ୟାଳୟକୁ କରାଯାଇଥିଲା, ଯାହାପରେ ସମଗ୍ର ସୁରକ୍ଷା ବ୍ୟବସ୍ଥାକୁ ହାଇଆଲର୍ଟ କରିଦିଆଯାଇଥିଲା ।
ପୁଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ପୁଲିସ କଣ୍ଟ୍ରୋଲ ରୁମକୁ ତିନିଟି ଭିନ୍ନ ଫୋନ ନମ୍ବରରୁ ଏହି ଧମକପୂର୍ଣ୍ଣ କଲ୍ ଆସିଥିଲା। କଲ କରିଥିବା ବ୍ୟକ୍ତି ଜଣକ ଦାବି କରିଥିଲେ ଯେ ମୁମ୍ବାଇ ବିମାନବନ୍ଦରର ଟର୍ମିନାଲ ୨ ରେ ବୋମା ବିସ୍ଫୋରଣ ହେବ। ସୂଚନା ପାଇବା ମାତ୍ରେ ମୁମ୍ବାଇ ପୋଲିସ, ରେଳବାଇ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ବିମାନବନ୍ଦରରେ ପହଞ୍ଚି ସେଠାରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ପ୍ରାୟ ୨ ଘଣ୍ଟା ଧରି ଚାଲିଥିବା ଏହି ତଲାସୀ ଅଭିଯାନରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିଲା । ହେଲେ ବୋମା ଧମକ ମିଳିମା ମାତ୍ରେ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା ପୂର୍ବପେକ୍ଷା ଅଧିକ କଡାକଡ଼ି କରାଯାଇଛି । ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି ଚେକ୍ କରୁଛି । ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି କଲ୍ଗୁଡ଼ିକ ଆସାମ ଓ ପଶ୍ଚିମବଙ୍ଗ ସୀମା ନିକଟସ୍ଥ ସକ୍ରିୟ ମୋବାଇଲ ନମ୍ବରଗୁଡ଼ିକରୁ କରାଯାଇଥିଲା। ବର୍ତ୍ତମାନ ପୁଲିସ ଏହି ମାମଲାର ତଦନ୍ତରେ ଲାଗିପଡ଼ିଛି।
ବୋମା ଧମକ ମାମଲା ବୃଦ୍ଧି ପାଉଛି
ଗତ କିଛି ମାସ ମଧ୍ୟରେ ଦେଶରେ ବୋମା ଧମକ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପ୍ରମୁଖ ରେଳ ଷ୍ଟେସନ, ବିମାନବନ୍ଦର, ସ୍କୁଲ, ହସ୍ପିଟାଲ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଟାର୍ଗେଟ କରାଯାଉଛି ଏବଂ ଫୋନ୍ କଲ୍, ଇମେଲ୍ କିମ୍ବା ଚିଠି ମାଧ୍ୟମରେ ଧମକ ଦିଆଯାଉଛି। ତଥାପି, ଏହି ମାମଲାରେ ଅଧିକାଂଶ ଘଟଣାରେ ଧମକ ମିଥ୍ୟା ପ୍ରମାଣିତ ହୋଇଛି। ତଥାପି ଏହା ଆଇନ ଶୃଙ୍ଖଳା ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ମଧ୍ୟ ରହିଛି।