ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ଅଗ୍ନିବୀର ୨୦୨୫ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି । ଆଶାୟୀ ପରୀକ୍ଷାର୍ଥୀମାନେ ଯୁଗ୍ମ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍ joinindianarmy.nic.in. ରେ ଲଗ୍ ଇନ୍ କରି ନିଜର ପରୀକ୍ଷା ଫଳ ଦେଖି ପାରିବେ ।
ଏମିତି ଦେଖି ହେବ ପରୀକ୍ଷା ଫଳ
-
ପ୍ରଥମେ joinindianarmy.nic.in. ୱେବସାଇଟରେ ଲଗ୍ ଇନ୍ କରିବେ ।
-
ହୋମ୍ ପେଜରେ ଥିବା ଆର୍ମି ଅଗ୍ନିବୀର ରେଜଲ୍ଟ ୨୦୨୫ (Army Agniveer Result ୨୦୨୫) ଉପରେ କ୍ଲିକ୍ କରିବେ ।
-
ପରୀକ୍ଷା ସହିତ ଜଡ଼ିତ ଫାଇଲ୍ ଉପରେ କ୍ଲିକ୍ କରିବେ ।
-
ଏହା ପରେ ଏକ୍ ପିଡିଏଫ୍ ଫାଇଲ୍ (PDF file) ଖୋଲିବା ପରେ ନିଜ ରୋଲ୍ ନମ୍ବରରେ ପରୀକ୍ଷା ଫଳ ଦେଖି ହେବ ।
ଗତ ଜୁନ୍ ୩୦ ରୁ ଜୁଲାଇ ୧୦ ତାରିଖରେ ମଧ୍ୟରେ ଅଗ୍ନୀବୀର ବିଭିନ୍ନ ପଦ ପଦବୀ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଜେନେରାଲ ଡ୍ୟୁଟି, ଟେକ୍ନିକାଲ କ୍ଲର୍କ, ଷ୍ଟୋର୍ କିପର, ଟ୍ରେଡମ୍ୟାନ ଭଳି ପଦ ପାଇଁ ପରୀକ୍ଷା କରାଯାଇଥିଲା । ସାରା ଭାରତରେ ୧୩ଟି ଭାଷାରେ ପରୀକ୍ଷା ହୋଇଥିଲା ।
ଶାରୀରିକ ପରୀକ୍ଷା ନିୟମାବଳୀ
ଚଳିତ ଥର ୧୬୦୦ ମିଟର ଦୌଡ଼ର ବର୍ଗକୁ ଚାରୋଟି ଗ୍ରୁପ୍ କରାଯାଇଛି । ତଦନୁସାରେ, ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଅଗ୍ନିବୀର ନିଯୁକ୍ତିରେ, ପ୍ରାର୍ଥୀମାନଙ୍କୁ ଦୌଡ଼ ପାଇଁ ଅଧ ମିନିଟ୍ ଅତିରିକ୍ତ ସମୟ ମିଳିବ । ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଛଅ ମିନିଟ୍ ୧୫ ସେକେଣ୍ଡରେ ୧୬୦୦ ମିଟର ଦୂରତାକୁ ସମାପ୍ତ କରିବାକୁ ପଡ଼ିବ । ପୂର୍ବରୁ, ପ୍ରାର୍ଥୀମାନେ ପାଞ୍ଚ ମିନିଟ୍ ୪୫ ସେକେଣ୍ଡରେ ଦୌଡ଼ ସମାପ୍ତ କରିବା ଦ୍ୱାରା ଯୋଗ୍ୟତା ଅର୍ଜନ କରୁଥିଲେ। ଦୌଡ଼ରେ ଦୁଇଟି ବଦଳରେ ଚାରୋଟି ଗ୍ରୁପ୍ ରହିବ ।ଏହା ଦ୍ୱାରା ଦକ୍ଷ ପ୍ରାର୍ଥୀମାନେ ଟେକ୍ନିସିଆନ୍, ବାଣିଜ୍ୟର ଦୁଇଟି ବର୍ଗ ଏବଂ ଅଫିସ୍ ସହାୟକ କିମ୍ବା ଷ୍ଟୋର କିପର ଭଳି ପଦବୀ ପାଇଁ ବାଦ୍ ପଡ଼ି ପାରିବେ ନାହିଁ ।
-
ଗ୍ରୁପ୍-୧-୫ ମିନିଟ୍ ୩୦ ସେକେଣ୍ଡରେ ଦୌଡ଼ ସମାପ୍ତ କରିବା ଦ୍ୱାରା ୬୦ ନମ୍ବର
-
ଗ୍ରୁପ୍-୨- ୫ ମିନିଟ୍ ୩୧ ସେକେଣ୍ଡରୁ ୫ ମିନିଟ୍ ୪୫ ସେକେଣ୍ଡ ପର୍ଯ୍ୟନ୍ତ ୪୮ ନମ୍ବର
-
ଗ୍ରୁପ୍-୩- ୫ ମିନିଟ୍ ୪୬ ସେକେଣ୍ଡରୁ ୬ ମିନିଟ୍ ପର୍ଯ୍ୟନ୍ତ ୩୬ ନମ୍ବର
-
ଗ୍ରୁପ୍-୪- ୬ ମିନିଟ୍ ୧ ସେକେଣ୍ଡରୁ ୬ ମିନିଟ୍ ୧୫ ସେକେଣ୍ଡ ପର୍ଯ୍ୟନ୍ତ ୨୪ ନମ୍ବର
ଖାଲି ସେତିକି ନୁହେଁ ୭ ଥର ପୁଲ୍ ଅପ୍ସ ମାରିଲେ ୨୧ ମାର୍କ, ୬ ଥର ପୁଲ୍ ଅପ୍ସ ମାରିଲେ ୧୬ ମାର୍କ ମିଳିବ । ଏହା ସହିତ ୯ ଫୁଟ ଲମ୍ବର କୁଦ ମାରିବାକୁ ପଡ଼ିବ ।