ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଦ୍ରୁତବୋଲର ୟଶ ଦୟାଲ ପୁଣି ଥରେ ବିବାଦ ଭିତରକୁ ଆସିଛନ୍ତି। ତାଙ୍କ ବିରୋଧରେ ଦୁଷ୍କର୍ମ ଏବଂ ପୋକ୍ସୋ ଆଇନ ଅନୁଯାୟୀ ଜୟପୁରରେ ଏକ ମାମଲା ରୁଜୁ ହୋଇଛି। ଜୟପୁରର ଜଣେ ଯୁବତୀ ଅଭିଯୋଗ କରିଛନ୍ତି ଯେ ୟଶ ଦୟାଲ ତାଙ୍କୁ କ୍ରିକେଟରେ କ୍ୟାରିୟର କରିବାକୁ ପ୍ରଲୋଭିତ କରିଥିଲେ ଏବଂ ଭାବପ୍ରବଣ ବ୍ଲାକମେଲିଂ କରି ଦୁଇ ବର୍ଷ ପର୍ଯ୍ୟନ୍ତ ଯୌନ ଶୋଷଣ କରିଥିଲେ। ଯୁବତୀ ଅଭିଯୋଗ କରିବା ପରେ ପୋଲିସ କ୍ରିକେଟରଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଏହା ଦ୍ୱିତୀୟ ଥର ପାଇଁ ଯଶ ଦୟାଲଙ୍କ ବିରୁଦ୍ଧରେ ଯୌନ ଶୋଷଣର ଅଭିଯୋଗ ଆସିଛି। ପୂର୍ବରୁ ଉତ୍ତର ପ୍ରଦେଶର ଗାଜିଆବାଦର ଜଣେ ଯୁବତୀ ବିବାହ ବାହାନାରେ ୟଶଙ୍କ ଉପରେ ଯୌନ ଶୋଷଣ କରିଥିବା ଅଭିଯୋଗ କରିଥିଲେ। କିନ୍ତୁ ପରେ ଏହି ମାମଲାରେ ୟଶ ଦୟାଲଙ୍କୁ ଆଲ୍ଲାହାବାଦ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି।
ଜାଣିବାକୁ ମିଳିଛି ଯେ କ୍ରିକେଟ ଯୋଗୁଁ ଝିଅଟି ଏବଂ ୟଶ ଦୟାଲ ସମ୍ପର୍କରେ ଆସିଥିଲେ। ଯୁବତୀଟି ଅଭିଯୋଗ କରିଛନ୍ତି ଯେ ପ୍ରାୟ ଦୁଇ ବର୍ଷ ପୂର୍ବେ ସେ ନାବାଳିକା ଥିଲେ, ତା’ପରେ ଦୟାଲ କ୍ରିକେଟରେ କ୍ୟାରିୟର ଗଢ଼ିବା ବାହାନାରେ ତାଙ୍କୁ ଦୁଷ୍କର୍ମ କରି ଚାଲିଥିଲେ। ହୋଇଛି ଯେ ୟଶ ଦୟାଲ ଆଇପିଏଲ୍ ମ୍ୟାଚ୍ ଖେଳିବା ପାଇଁ ଜୟପୁର ପହଞ୍ଚିଥିଲେ। ସେଠାରେ ମଧ୍ୟ ସେ ଝିଅଟିକୁ ଏକ ହୋଟେଲକୁ ଡାକି ତାଙ୍କୁ ଦୁଷ୍କର୍ମ କରିଥିଲେ।
ପୋଲିସ ସୂଚନା ଦେଇଛି ଯେ ପୀଡିତା ଭାବପ୍ରବଣ ବ୍ଲାକମେଲ୍ ଏବଂ ନିରନ୍ତର ଶୋଷଣରେ ବିରକ୍ତ ହେବା ପରେ ଅଭିଯୋଗ କରିଥିଲେ। ପ୍ରଥମ ଥର ପାଇଁ ଦୁଷ୍କର୍ମର ଶିକାର ହେବା ସମୟରେ ଝିଅଟି ନାବାଳିକା ଥିଲା। ଏହି କାରଣରୁ ପୋଲିସ ଦୟାଲଙ୍କ ବିରୋଧରେ ପୋକ୍ସୋ ଆଇନ ଅନୁଯାୟୀ ଏଫଆଇଆର ରୁଜୁ କରିଥିଲା।
ସୂଚନାଯୋଗ୍ୟ, ଯେ ଜୟପୁର ପୂର୍ବରୁ ଗାଜିଆବାଦର ଜଣେ ଝିଅ ଯଶ ଦୟାଲଙ୍କ ବିରୋଧରେ ଯୌନ ଶୋଷଣ, ହିଂସା ଏବଂ ଠକେଇର ଅଭିଯୋଗ ଆଣିଥିଲେ। ପୀଡିତା କ୍ରିକେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପୀଡିତା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପୋଲିସକୁ ନ୍ୟାୟ ପାଇଁ ନିବେଦନ କରିଥିଲେ। କେବଳ ଏତିକି ନୁହେଁ, ପୀଡିତା ୟଶ ଦୟାଲଙ୍କ ସହ ତାଙ୍କର ଫଟୋ ମଧ୍ୟ ସେୟାର କରିଥିଲେ।
ଅଧିକ ପଢ଼ନ୍ତୁ: ଦେଶର ଦ୍ୱିତୀୟ ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ହେଲେ ମୋଦୀ