କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଅଡ଼ୁଆ ବଢ଼ିଛି । ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ସିଲିଗୁଡ଼ି ସାଇବର ପୋଲିସ ଷ୍ଟେସନରେ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି।
ମମତା ନିର୍ବାଚନ ପୂର୍ବରୁ ଏବଂ ୨୦୨୫ରେ ହିନ୍ଦୁମାନଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେବାର ହୋଇଛି । ୨୦୨୫ରେ କୋଲକାତାରେ ଏକ ଇଦ୍ ପାଳନ ସମୟରେ ମମତା ବାନାର୍ଜୀ ହିନ୍ଦୁମାନଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ନିର୍ବାଚନ ପୂର୍ବରୁ ହିନ୍ଦୁମାନଙ୍କ ବିରୁଦ୍ଧରେ ଆହୁରି ବୟାନ ଦେଇଥିଲେ । ଯାହାକୁ ନେଇ ମମତାଙ୍କୁ ବିରୁଦ୍ଧରେ ମାମଲା ହୋଇଛି । ଜଣେ ଓକିଲ ଏବଂ ବିଜେପି କର୍ମୀ ରିଙ୍କି ଚାଟାର୍ଜୀ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି । ରିଙ୍କି ଚାଟାର୍ଜୀ ଅଭିଯୋଗ କରିଛନ୍ତି ଯେ ସେ ୨୦୨୫ରୁ ମାମଲା ରୁଜୁ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଇ ହଇରାଣ କରାଯାଇଥିଲା। ଯେଉଁଥିପାଇଁ ସେ ଏତଲା ଦେଇ ପାରୁନଥିଲେ ।
ଅନ୍ୟପକ୍ଷରେ ମମତାଙ୍କ ପୁତୁରା ସାଂସଦ ଅଭିଷେକ ବାନାର୍ଜୀଙ୍କ ଘରେ ପୋଲିସ ପଶିଥିଲା । ପୋଲିସ ସୁରକ୍ଷା ସ୍କାନିଂ ସିଷ୍ଟମ ସହିତ ଜଡ଼ିତ ଏକ ଏଲଇଡି ଟେଲିଭିଜନ ମନିଟରକୁ ନେଇଯାଇଥିଲେ। କୋଲକାତା ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ଅନିୟମିତତା ଏବଂ କୋଠା ନିୟମ ଉଲ୍ଲଂଘନ ଅଭିଯୋଗରେ ଅଭିଷେକ ବାନାର୍ଜୀଙ୍କ ସହ ଜଡିତ ଅନ୍ୟୂନ ୧୭ଟି ସମ୍ପତ୍ତିକୁ ନୋଟିସ୍ ଜାରି କରିଥିଲେ।